ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଠାରୁ ସାଇବର ଠକେଇ ଘଟଣା:ଦୁଇ ସାଇବର ଠକ ଗୁଜରାଟରୁ ଗିରଫ
ବହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଠାରୁ ଠକେଇ ଘଟଣାରେ ପୋଲିସ ଗୁଜରାଟରୁ ଦୁଇ ଜଣ ସାଇବର ଠକଙ୍କୁ ଗିରଫ କରିଛି । ୨ ଅଭିଯୁକ୍ତ ହେଲେ ଗୁଜୁରାଟ ଭବାନଗର ଜିଲ୍ଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଏଥିସହ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ ସିମ୍ କାର୍ଡ ଜବତ କରିଛି ପୋଲିସ ।
ଫେବୃଆରୀ ୧୪ ତାରିଖରେ ଦୀପଙ୍କର ବର୍ମା ଅର୍ଥ ହେରେଫେର ମାମଲାରେ ସମ୍ପୃକ୍ତ ଦର୍ଶାଇ ସି ବି ଆଇ ଅଫିସର ତଦନ୍ତ କରୁଥିବା କହି ଡିଜିଟାଲ ଆରେଷ୍ଟ କରିଥିଲେ। ସୁପ୍ରିମକୋର୍ଟର ୱାରେଣ୍ଟ ଅଛି ୧୪ ଲକ୍ଷ ଟଙ୍କା ଦିଆଯାଇଥିବା ଏକାଉଣ୍ଟରେ ଡିପୋଜିଟ କରିବାକୁ ନିର୍ଦେଶ ଦେଇଥିଲେ। କୁଳପତି ମଧ୍ୟ ସମ୍ପୃକ୍ତ ଏକାଉଣ୍ଟରେ ୧୪ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ।

ତଦନ୍ତ ପରେ ୨୨ ତାରିଖ ଭିତରେ ଟଙ୍କା ଫେରସ୍ତ ହେବ ବୋଲି କହିଥିଲେ। ୧୫ ତାରିଖରେ ୮୦ ହଜାର ଟଙ୍କା ଆକାଉଣ୍ଟକୁ ଫେରସ୍ତ କରିଥିଲେ। କିନ୍ତୁ ବଳକା ଅର୍ଥ ୨୩ ତାରିଖ ଭିତରେ ଆଉ ଫେରସ୍ତ ନହେବାରୁ ଫେବୃଆରୀ ୨୪ ତାରିଖରେ କୁଳପତି ବ୍ରହ୍ମପୁର ସାଇବର ପୁଲିସ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ତଦନ୍ତ କରି ଗୁଜରାଟରୁ ଭୁତୀୟା ଯେନିଲ ଓ ବିଶ୍ୱଜିତ ସିନ ଗୋହିଲ ଦୁଇଜଣଙ୍କୁ ଗିରଫ କରିଛି। ଗୁଜରାଟ ଭାବାନଗର ସି ଜେ ଏମ କୋର୍ଟରେ ହାଜର କରିବା ପରେ ଟ୍ରାଂଜିଟ ରିମାଣ୍ଡରେ ଓଡିଶା ଆଣିଛି ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ପୁଲିସ। ବ୍ରହ୍ମପୁର ଏସ ଡି ଜେ ଏମ କୋର୍ଟରେ ହାଜର କରି କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି।












Click it and Unblock the Notifications