Get Updates
Get notified of breaking news, exclusive insights, and must-see stories!

SRC ପ୍ରଦୀପ ଜେନାଙ୍କ ନାମରେ ଟଙ୍କା ମାଗୁଛନ୍ତି ସାଇବର ଠକ

ସାଇବର ଠକଙ୍କ ଟାର୍ଗେଟରେ ଓଡିଶାର ବରିଷ୍ଠ ଆଇଏଏସ ଅଫିସର । କେହି ଜଣେ ଦୁର୍ବୃତ୍ତ ଏସଆରସି ପ୍ରଦୀପ ଜେନାଙ୍କ ଫଟୋ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ବ୍ୟବହାର କରି ନିଜକୁ ବରିଷ୍ଠ ଆଇଏସ୍ ଅଫିସର ଦର୍ଶାଇ ଟଙ୍କା ମାଗୁଛି ।

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ଓଡିଶାର ବରିଷ୍ଠ ଆଇଏଏସ ଅଫିସର । କେହି ଜଣେ ଦୁର୍ବୃତ୍ତ ଏସଆରସି ପ୍ରଦୀପ ଜେନାଙ୍କ ଫଟୋ ଗୋଟିଏ ହ୍ୱାଟ୍ସଆପ୍ ନମ୍ବରରେ ବ୍ୟବହାର କରି ନିଜକୁ ବରିଷ୍ଠ ଆଇଏସ୍ ଅଫିସର ଦର୍ଶାଇ ଟଙ୍କା ମାଗୁଛି । ଏନେଇ ଟ୍ବିଟ୍ ଯୋଗେ ସତର୍କ କରାଇବା ସହ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା ।

 SRC Pradeep Kumar Jena

ଟ୍ୱିଟ୍ ମାଧ୍ୟମରେ ଉନ୍ନୟନ କମିଶନର ଶ୍ରୀ ଜେନା ଜଣାଇଛନ୍ତି ଯେ, ହ୍ୱାଟସଅପ୍ ମୋବାଇଲ ନମ୍ବର-୭୩୨୦୯୩୭୮୭୭ରୁ କେହି ଜଣେ ତାଙ୍କ ଫଟୋ ଲଗାଇ ଲୋକଙ୍କଠୁ ଅର୍ଥ ସହାୟତା ମାଗୁଥିବାର ଖବର ସେ ଜାଣିବାକୁ ପାଇଛନ୍ତି। ଏହାପରେ ସେ ସଙ୍ଗେସଙ୍ଗେ ଏନେଇ ସାଇବର ପୋଲିସକୁ ଅବଗତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିବାବେଳେ ଯେଉଁମାନେ ଏଭଳି ମେସେଜ୍ ପାଉଛନ୍ତି ସେମାନେ ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ କରିଛନ୍ତି ।

ଉଲ୍ଲେଖଥାଉ କି, ଓଡ଼ିଶାରେ ସାଇବର ଠକଙ୍କ ପ୍ରଭାବ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ଦିବ୍ୟଜ୍ୟୋତି ପରିଡ଼ା ମଧ୍ୟ ସାଇବର ଥାନାରେ ଏଭଳି ଠକେଇର ଅଭିଯୋଗ କରିଛନ୍ତି । ତାଙ୍କ ନାଁରେ ହ୍ୱାଟସଅପ୍ ମେସେଜ୍ ପଠାଇ ଆର୍ଥିକ ସହାୟତା ଲୋଡ଼ୁଥିବା ନେଇ ସେ ଗତକାଲି ଜାଣିବା ପରେ ସଙ୍ଗେସଙ୍ଗେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+