Cyber Crime: ୪ ବର୍ଷରେ ଓଡ଼ିଶାରୁ ଲୁଟିଲେଣି ୫୦୦ କୋଟି
Cyber Crime News: ସାରା ଦେଶରେ ଦିନକୁ ଦିନ ସାଇବର ଅପରାଧ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କ ସାରା ଜୀବନର ପୁଞ୍ଜି ବିପଦରେ ପଡିଯାଉଛି । କ୍ଷଣିକରେ ବ୍ୟାଙ୍କ ଆକାଉଣ୍ଟ ଜିରୋ ହେଉଛି । ତେବେ କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ସାଇବର ଅପରାଧର ମାମଲା ବୃଦ୍ଧି ପାଇବାରେ ଲାଗିଛି ।
ଓଡ଼ିଶା ବର୍ତ୍ତମାନ ସାଇବର ଠକଙ୍କ ହବ ପାଲଟିଛି । ୪ ବର୍ଷ ମଧ୍ୟରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଅନୁସାରେ, ୨୦୨୪ରେ ରାଜ୍ୟରେ ୩୫୦ କୋଟିରୁ ଅଧିକ ଟଙ୍କା ସାଇବର ଲୁଟ୍ ହୋଇଛି । ଦିନକୁ ଦିନ ସାଇବର ଅପରାଧ ମାମଲା ବୃଦ୍ଧି ପାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସତର୍କ କରାଯାଉଛି ।

ସାଇବର ଲୁଟେରା ମାନେ ଦିନକୁ ଦିନ ନୂଆ ନୂଆ ଉପାୟରେ ଆକାଉଣ୍ଟରୁ ଟଙ୍କା ଲୁଟ୍ କରୁଛନ୍ତି । କେତେବେଳେ କ୍ୟୁଆର୍ କୋଡ, ଓଟିପି, ଫେକ୍ କଲ ପରି ଅନେକ ଉପାୟରେ ଟଙ୍କା ଲୁଟ୍ କରାଯାଉଛି । ତେବେ ଏହାକୁ ରୋକିବା ପାଇଁ ଖୁବ୍ ଶୀଘ୍ର ସ୍ୱତନ୍ତ୍ର ସାଇବର ଟିମ୍ ଗଠନ କରାଯିବ ଏବଂ ସାଇବର ହେଡକ୍ୱାର୍ଟରରେ ଜଣେ ଲେଖାଏ ଆଇଜି ବା ଏଡିଜି ରାଙ୍କର ଅଫିସର ନିୟୋଜିତ ହେବେ । ରାଜ୍ୟରେ ୩୦ଟି ସାଇବର ଥାନା ପ୍ରତିଷ୍ଠା କରାଯିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ରାଜ୍ୟରେ ରହିଛି ୧୪ଟି ସାଇବର ଥାନା ।












Click it and Unblock the Notifications