ମୋକିମଙ୍କ ସହ କଥା ସିଡବ୍ଲ୍ୟୁସି ସଦସ୍ୟ ଜୟରାମ ରମେଶ, ପବନ ଖେରା
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳ ପକ୍ଷରୁ ବହିଷ୍କାର କରାଯିବା ପରେ ଦଳ ଭିତରେ ସାଧାରଣ କର୍ମୀ ଏବଂ ଛାମୁଆ ନେତାଙ୍କ ମଧ୍ୟରେ ବିଭିନ୍ନ ଦିଗକୁ ନେଇ ଚର୍ଚ୍ଚା ଚାଲିଛି। ମୋକିମ ନୂଆ ଦଳ ଗଢ଼ିବେ କି ଅନ୍ୟ କୌଣସି ରାଜନୈତିକ ଦଳରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ଥମୁନି। ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ, ମୋକିମଙ୍କ ସହ ଆଜି କଂଗ୍ରେସର ଦୁଇ ଜାତୀୟସ୍ତରୀୟ ନେତା ଜୟରାମ ରମେଶ ଏବଂ ପବନ ଖେରା କଥା ହୋଇଛନ୍ତି। ଏସଂକ୍ରାନ୍ତରେ ମୋକିମ ମୁହଁ ଖୋଲିନାହାନ୍ତି। ମୋକିମଙ୍କ ଝିଅ ବିଧାୟିକା ସୋଫିଆ ଫିର୍ଦୋସ କଂଗ୍ରେସ ଦଳରେ ରହିବେ କି ଦଳ ଛାଡ଼ିବେ ତାକୁ ନେଇ ଗତ ତିନିଦିନ ହେଲା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଅନୁଯାୟୀ, ମୋକିମଙ୍କ ସହ ଆଜି କଂଗ୍ରେସର ଦୁଇ ଜାତୀୟସ୍ତରୀୟ ନେତା ଜୟରାମ ରମେଶ ଏବଂ ପବନ ଖେରା କଥା ହୋଇଛନ୍ତି। ଏସଂକ୍ରାନ୍ତରେ ମୋକିମ ମୁହଁ ଖୋଲିନାହାନ୍ତି।

ମୋକିମଙ୍କ ଝିଅ ବିଧାୟିକା ସୋଫିଆ ଫିର୍ଦୋସ କଂଗ୍ରେସ ଦଳରେ ରହିବେ କି ଦଳ ଛାଡ଼ିବେ ତାକୁ ନେଇ ଗତ ତିନିଦିନ ହେଲା ବିଭିନ୍ନ ମହଲରେ ଜୋରଦାର କଳ୍ପନାଜଳ୍ପନା ଚାଲିଥିବା ବେଳେ ଆଜି ଏହା ଉପରେ ପ୍ରତିକ୍ରିୟା ରଖି ସୋଫିଆ କହିଛନ୍ତି, ମୁଁ କଂଗ୍ରେସରେ ରହିଛି ଏବଂ ରହିବି। କଂଗ୍ରେସରେ ରହି ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି। ତେବେ ବାପାଙ୍କ ସହ ଯିବେ କି ବୋଲି ପ୍ରଶ୍ନକୁ ସୋଫିଆ ଏଡ଼ାଇ ଦେଇଥିଲେ।
ମୋକିମ କଂଗ୍ରେସର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିକୁ ନେଇ ଦଳ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। କାର୍ଯ୍ୟାନୁଷ୍ଠାନକୁ ନେଇ ଦଳର ନେତା ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ମୋକିମଙ୍କ ବିରୋଧରେ ଯାହା ପଦକ୍ଷେପ ନିଆଯାଇଛି ତାହା ଅତି କଠୋର ବୋଲି ଅନେକ ବରିଷ୍ଠ ନେତା କହୁଥିବା ବେଳେ ଆଉ କିଛି ନେତା କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଛନ୍ତି। ମୋକିମଙ୍କୁ ନେଇ ଏସବୁ ପ୍ରତିକ୍ରିୟା ଓ ବିବୃତି ମଧ୍ୟରେ ସେ ନୂଆ ଦଳ ଗଠନ କରିବା ନେଇ ତାଙ୍କ ନିକଟତମ ମହଲରୁ ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ରାଜନୈତିକ ବାତାବରଣକୁ ଉଷ୍ଣ କରିଛି। ମୋକିମଙ୍କ ସହ ସିଡବ୍ଲ୍ୟୁସି ସଦସ୍ୟ ଶ୍ରୀ ରମେଶ, ଶ୍ରୀ ଖେରା କଥା ହୋଇଛନ୍ତି। କାହିଁକି ଚିଠି ଲେଖିଲ, ପ୍ରକୃତ କାରଣ କ'ଣ, ରାଜ୍ୟ କଂଗ୍ରେସ ସହ ତୁମର କ'ଣ ପାଇଁ ମତଭେଦ ହେଲା, ଆଗାମୀ ରାଜନୈତିକ ପଦକ୍ଷେପ କ'ଣ ରହିବ ଆଦି ଦିଗ ଉପରେ ଶ୍ରୀ ରମେଶ ପ୍ରାୟ ୧୫ରୁ ୨୦ମିନିଟ ପର୍ଯ୍ୟନ୍ତ ମୋକିମଙ୍କ ସହିତ କଥା ହୋଇଥିବା ଜଣାପଡ଼ିଛି। ବହିଷ୍କାର ପରେ କାହିଁକି ମୋକିମଙ୍କ ସହିତ ଦୁଇ ନେତା କଥା ହେଲେ ତାକୁ ନେଇ ରାଜନୈତିକ ମହଲରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି।












Click it and Unblock the Notifications