ବେଆଇନ୍ ଭାବେ ଯୁବତୀଙ୍କ ଗର୍ଭ ପରୀକ୍ଷା କରାଇଲା ପୋଲିସ !

ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି।

କଟକ: ସ୍ଥାନୀୟ ନରସିଂହପୁର ପୋଲିସ୍ ବିରୋଧରେ ସାଂଘାତିକ ଅଭିଯୋଗ। ନରସିଂହପୁର ଥାନାର ଜଣେ ପୋଲିସ୍ ଅଧିକାରୀ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ୩ ଦିନ ଧରି ଥାନାରେ ଅଟକ ରଖିବା ସହ ବେଆଇନ୍ ଭାବେ ତାଙ୍କ ଗର୍ଭ ପରୀକ୍ଷା କରାଇଥିବା ଅଭିଯୋଗ ଆସିଛି। ବିନା ମହିଳା ପୋଲିସରେ ଏସବୁ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି।

 police

ସୂଚନା ଅନୁଯାୟୀ, ନରସିଂହପୁର ଅଞ୍ଚଳରେ ଜଣେ ନାବାଳିକା କଲେଜ ଛାତ୍ରୀ ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଦିନ ତଳେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ। ତେବେ ଚାଇଲଡ୍ ଲାଇନର ବିନା ପରାମର୍ଶରେ ପୋଲିସ ତାଙ୍କ ସହ ଏଭଳି କରିଥିବା କଥା ସୂଚନା ଦେଇଛନ୍ତି କଟକ CWC ସଦସ୍ୟ। ଘଟଣା ଚାଇଲ୍ଡ ଲାଇନ୍ ନଜରକୁ ଆସିବା ପରେ ଚାଇଲଡ ଲାଇନ୍ ଓ CWC ସଂପୃକ୍ତ ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଙ୍କୁ କାଉନସେଲିଂ କରିବା ପରେ ସେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଥିବା ସୂଚନା ଦେଇଛନ୍ତି CWC ସଦସ୍ୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+