ବିଦେଶରେ ଚମକିଲା କଟକ ତାରକସି କାମ, ଘାନା ରାଷ୍ଟ୍ରପତିଙ୍କୁ ରୂପା ପର୍ସ ଉପହାର ଦେଲେ ମୋଦୀ

ବିଶ୍ବ ଦରବାରରେ କଟକ ତାରକସି କାରିଗରୀର ଆଦୃତି ବୃଦ୍ଧି ପାଉଛି। ଏହାକୁ ଆହୁରି ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରେ କଟକ ତାରକସି କାରିଗରିକୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି। ଘାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସିର ପର୍ସ ଉପହାର ଦେଇଛନ୍ତି। ଏଥିରେ ଅତି ପତଳା ରୁପା ତାରରେ ତିଆରି ହୋଇଥିବା ସୂକ୍ଷ୍ମ ଫୁଲ ଓ ସୁନ୍ଦର ଡିଜାଇନ କରାଯାଇଛି। କଟକର ତାରକସୀ କାରିଗରିକୁ ପାରମ୍ପରିକ ଭାବେ ଗହଣାରେ ଉପଯୋଗ କରାଯାଇଥାଏ। ବର୍ତ୍ତମାନ ଏହାକୁ ପର୍ସ ଭଳି ଆଧୁନିକ ଉପକରଣରେ ଉପଯୋଗ କରାଯାଉଛି; ଯାହା ଐତିହ୍ୟ ଏବଂ ସମସାମୟିକ ଶୈଳୀର ମିଶ୍ରଣ।

modi
ରୁପା ତାରକସୀ ହସ୍ତଶିଳ୍ପ ପାଇଁ ବିଶ୍ବରେ କଟକର ପ୍ରସିଦ୍ଧି ରହିଛି। ଏଠାକାର କାରିଗରମାନେ ୫୦୦ ବର୍ଷରୁ ଅଧିକ ସମୟ ଧରି ନିଖୁଣ ରୁପା ତାରକସୀ କାମ କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଦେଇଥିବା ଉପହାରଟି କଟକର କୁଶଳୀ କାରିଗରଙ୍କ ଦ୍ୱାରା ଅତ୍ୟନ୍ତ ନିଖୁଣ ଭାବେ ପ୍ରସ୍ତୁତ କରାଯାଇଛି। ତେବେ ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ତାରକସି କଳା ଉପହାର ବିଦେଶରେ ପ୍ରଦାନ କରିଛନ୍ତି। ଗତ ଜୁନ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ଜି- ୭ ଶିଖର ସମ୍ମିଳନୀରେ ଯୋଗଦେବା ଅବସରରେ କାନାଡ଼ାର ଗଭର୍ଣ୍ଣର ଜେନେରାଲ ମେରୀ ସାଇମନଙ୍କୁ ରୂପା ତାରକସି ନିର୍ମିତ ଏକ କ୍ଲଚ୍ ପର୍ସ ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି।
ପ୍ରକାଶଥାଉ କି, ରୌପ୍ୟ ନଗରୀ କଟକର ସ୍ବତନ୍ତ୍ର ପରିଚୟ ହେଉଛି ସୂକ୍ଷ୍ମ ରୁପା ତାରକସି କାରିଗରୀ। ସ‌ହରରେ ଥିବା କିଛି ତାରକସି କାରିଗର ନିଜ କଳା ନୈପୁଣ୍ୟ ଓ କାରିଗର ଚାତୁରୀରେ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଏଭଳି ସ୍ଥିତିରେ ବିଶ୍ବ ଦରବାରରେ ଏହାର ପରିଚୟକୁ ଅଧିକ ପ୍ରସାର ଓ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ଗତବର୍ଷ କଟକର ରୁପା ତାରକସି କାମକୁ ଭାରତ ସରକାର ଭୌଗୋଳିକ ସୂଚକ ଚିହ୍ନ (ଜିଆଇ)ରେ ପଞ୍ଜିକୃତ ହୋଇଥିଲା। ଜିଆଇ ଟ୍ୟାଗ ପାଇଥିବା କଟକର ରୁପା ତାରକସୀ କାର୍ଯ୍ୟର ଝଲକ କଟକ ଦଶହରା ମେଢ଼ ଓ ଅନ୍ୟାନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟରେ ଦେଖିବାକୁ ମିଳିଥାଏ। ହେଲେ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବରୁ ନୂଆ ପିଢ଼ି ଏବି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି। ଏହି କଳାକୁ ପ୍ରୋତ୍ସାହନ ଦେବା ପାଇଁ ୭କୋଟି ଟଙ୍କା ବ୍ୟୟବରାଦରେ ତାରକସି କମନ୍ ଫେସିଲିଟେସନ ସେଣ୍ଟର (ସିଏଫସି) ନିର୍ମାଣ କରିବା ଲାଗି ସରକାର ଘୋଷଣା କରିଛନ୍ତି। ପୁଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ କାର୍ଯ୍ୟ କରିବ। ଏନେଇ ଟେଣ୍ଡର ସରିଥିବା ବେଳେ, ସିଡିଏ ପେଟାନାଳ ପାଖରେ ୧୦ ହଜାର ବର୍ଗଫୁଟର ସ୍ଥାନ ଚିହ୍ନଟ ହୋଇଛି। ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏହାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସିଏଫସି କେନ୍ଦ୍ର ହେବାକୁ ଯାଉଥିବାରୁ ତାରକସି କାରିଗରଙ୍କ ମଧ୍ୟରେ ପୁଣି ଆଶା ସଞ୍ଚାର ହୋଇଛି। ସିଏଫସି ପ୍ରତିଷ୍ଠା ହେଲେ ତାରକସୀ କାରିଗର ଉଚିତ୍ ସମ୍ମାନ ସହ ପ୍ରାପ୍ୟ ପାଇପାରିବେ। ଏଥିସହ ପ୍ରୋତ୍ସାହନ ମିଳିବ ଏବଂ ପ୍ରଚାର ପ୍ରସାର ବି ହେବ। ଏହାବାଦ୍‌ ଅତ୍ୟାଧୁନିକ ଜ୍ଞାନକୌଶଳ ତାରକସୀ ଶିଳ୍ପର ବିକାଶରେ ସହାୟକ ହେବ ବୋଲି ଆଶା ରଖିଛନ୍ତି କାରିଗର।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+