Get Updates
Get notified of breaking news, exclusive insights, and must-see stories!

କଟକ ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା

କଟକ: କଟକ ରୂପା ତାରକସି କାମକୁ ମିଳିଲା ଜିଆଇ ମାନ୍ୟତା । ଚେନ୍ବାଇ ଭିତ୍ତିକ ଜିଓଗ୍ରାଫିକାଲ ଇଣ୍ତିକେସନ ରେଜିଷ୍ଟ୍ରି ପକ୍ଷରୁ ଏହି ସୂଚନା ରହିଛି । ତେବେ ଖୁବ ଶୀଘ୍ର ପ୍ରମାଣ ପତ୍ର ପ୍ରଦାନ କରାଯିବ ଏବଂ ଓଡ଼ିଶାର ଜିଆଇ ତାଲିକା ୨୬କୁ ବୃଦ୍ଧି ପାଇଛି ।

ଓଡ଼ିଶା ହସ୍ତକଳା ସମବାୟ ସମିତି ତରଫରୁ ଏନେଇ ଆବେଦନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ କାରିଗର ଏବଂ ଜିଲ୍ଲା ପ୍ରଶାସନକୁ ଏନେଇ ଶୁଭେଚ୍ଛା ଜଣାଇଛନ୍ତି ।

Cuttack s Silver

ସୂଚନା ଅନୁସାରେ, ୭ ଜୁଲାଇ ୨୦୨୧ ମସିହାରେ ଓଡ଼ିଶା ହସ୍ତକଳା ସମୟବାୟ ସମିତି ତରଫରୁ ରୁପା ତାରକସିକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଥିଲା । ୫୦୦ ବର୍ଷରୁ ଅଧିକ ପୁରୁଣା ପାରମ୍ପରିକ ତାରକସି କାମ ଏକ ଭାରତୀୟ ଧାତୁକଳା ଯାହା ଓଡ଼ିଶାର କଟକ ସହରରୁ ଆରମ୍ଭ ହୋଇଥିଲା ।

ବଣିଆମାନେ ମୁଖ୍ୟତଃ ରୂପାର ସୂକ୍ଷ୍ମ ତାରରେ ଅଳଙ୍କାର ଓ ଅନ୍ୟାନ୍ୟ ସାଜସଜ୍ଜା ସରଞ୍ଜାମ ତିଆରି କରିଥାନ୍ତି । ପିଢି ପିଢି ଧରି ଏହି କାର୍ଯ୍ୟ ଜାରି ରହିଛି । ପୂର୍ବରୁ ହାତରେ ତିଆରି ହେଉଥିଲା ବର୍ତ୍ତମାନ ମେସିନ୍ ସାହାଯ୍ୟରେ ମଧ୍ୟ ତାରକସି ଅଳଙ୍କାର ନିର୍ମାଣ ହେଉଛି । ପ୍ରାୟ ୩୨ ପ୍ରକାରର ଅଳଙ୍କାର ତିଆରି ହୋଇଥାଏ । ତାରକସିକୁ ଜିଆଇ ମାନ୍ୟତା ମିଳିବା ପରେ ବେଶ୍ ଉତ୍ସାହିତ ଅଛନ୍ତି କଟକବାସୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+