କଟକ STA ଡେପୁଟି କମିଶନରଙ୍କ ବିପୁଳ ସଂପତ୍ତି ଠାବ, ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ
STA ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ମୈତ୍ରୀ ବିହାର ସ୍ଥିତ ଘର ଓ କଟକ କାର୍ଯ୍ୟାଳୟ ସହ 9 ଟି ସ୍ଥାନ ରେ ଏକ କାଳିନ ଭିଜଲାନ୍ସ ରେଡ଼ । ପ୍ରଦୀପଙ୍କ ଭୁବନେଶ୍ବର ମୈତ୍ରୀ ବିହାର ଘରୁ ଜବତ ହୋଇଛି ୩ଟି ସୁନା ବିସ୍କୁଟ ଓ ଭିନ୍ନ ଭିନ୍ନ ଡିଜାଇନର ସୁନା ହାର, ଚୁଡ଼ି ସହ ଦାମୀ ଅଳଙ୍କାର । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ । ସୁନା ତାରକାସି କାମରେ ପ୍ରସ୍ତୁତ ବିଭିନ୍ନ ଠାରୁଙ୍କ ଫଟୋ, ରୂପା ଥାଳି ଓ ଗ୍ଲାସ ମଧ୍ୟ ମିଳିଛି। ପ୍ରଦୀପଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା କ୍ୟାସ୍ ଜବତ ହୋଇଛି । ଏଥିରେ ରହିଛି ଦୀର୍ଘ ଦିନରୁ ବନ୍ଦ ହୋଇ ଯାଇଥିବା ୨୦୦୦ ଟଙ୍କିଆ ନୋଟ ବିଡା । ମେସିନ ଆଣି ଟଙ୍କା ଗଣିଛି ଭିଜଲାନ୍ସ । କୁବେର ବାବୁଙ୍କ ଅମାପ ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ।

ସେହିପରି ବ୍ୟାଙ୍କ ପାସବୁକ୍, ପାସପୋର୍ଟ ସହ ବୀମା କାଗଜପତ୍ର ଯାଞ୍ଚ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଅଫିସ୍, ନୟାଗଡ଼ ରଣପୁର ସ୍ଥିତ ଘର, ପୁରୀ, ଖୋର୍ଦ୍ଧାର ସଂପର୍କୀୟ ଘର ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଥିଲା ।
ମୌତ୍ରୀ ବିହାର ଘର ବ୍ୟତୀତ ଭୁବନେଶ୍ବର ରଘୁନାଥପୁରରେ 4ବିଏଚକେ ଫ୍ଲାଟ ପାଇଁ ଏକ କୋଟି ଟଙ୍କା ଦେଇଛନ୍ତି । ଆହୁରି ରହିଛି ଗୋବିନ୍ଦପ୍ରସାଦରେ କାମ ଚାଲିଥିବା 5 ତାଲା କୋଠା, ନୟାଗଡ଼ ରଣପୁରର କୁଶପଲ୍ଲାରେ ଫାର୍ମ ହାଉସ , ଖୋର୍ଧା ଟାଙ୍ଗିରେ ଘର,ପୁରୀ ଜେନାରୀ ଗଛ ଲେନରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ମଳିପଡାରେ ସମ୍ପର୍କୀୟଙ୍କ ନାଁରେ ପେଟ୍ରୋଲ ପମ୍ପ, ପୁରୀ ବାଲିଖଣ୍ଡରେ ସମ୍ପର୍କୀୟଙ୍କ ନାଁରେ ଘର ତିଆରି ଚାଲିଛି । କଟକରେ ଏକ ଅଫିସ ମଧ୍ୟ ଅଛି । ଏହା ଛଡା 11ଟି ପ୍ଲଟ ରହିଛି ଭୁବନେଶ୍ବର, ଖୋର୍ଧା, ରଣପୁର, ନୟାଗଡ଼ରେ ରହିଛି । 11ଡେସିମିଲର ଏଗ୍ରିକଲଚରାଲ ଲ୍ୟାଣ୍ଡ ମଧ୍ୟ ଅଛି ।
ଆଜି ଭୋର ସକାଳୁ ଭିଜଲାନ୍ସ ରେଡ କରିଥିଲା ଦୁଇ ଅତିରିକ୍ତ ଏସପିଙ୍କ ସହ 13 ଡି ଏସ ପି, 12 ଇନ୍ସପେକ୍ଟର ଓ 25 ଏ ଏସ ଆଇ ଭିଜଲାନ୍ସ ରେଡରେ ସାମିଲ ଥିଲେ।












Click it and Unblock the Notifications