କଟକ ସ୍ଵେରେଜ ଦୁର୍ଘଟଣା: ଦୁଇ ଯନ୍ତ୍ରୀଙ୍କୁ ବଦଳି, ଜଣେ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଦୁର୍ଘଟଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଏହି ସହ ଦାୟିତ୍ୱରେ ଅବହେଳା ପାଇଁ 4 ଇଞ୍ଜିନିୟରଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵେରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଦୁର୍ଘଟଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ଏହି ସହ ଦାୟିତ୍ୱରେ ଅବହେଳା ପାଇଁ 4 ଇଞ୍ଜିନିୟରଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

Cuttack Sewerage incident

ଘଟଣାର ତଦନ୍ତ ପରେ PHEOର ଏକ୍ସିକ୍ୟୁଟିଭ ଇଞ୍ଜିନିୟର ସୁଶାନ୍ତ ଘଡେଇ, SDO ସୁବାସ ରାଉତଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ପ୍ରଦ୍ଯୋତ କୁମାର ସାହୁ ଓ ଦୀପକ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଏହା ସହ ଉଭୟଙ୍କ ବିରୁଦ୍ଧରେ CMC ପଷରୁ ଥାନାରେ FIR ଦିଆଯାଇଛି ।

ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ 10 ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି. ଶିବାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+