ନାମାଙ୍କନ ଭରିଲେ କଟକ ସାଲେପୁର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ
ସାଲେପୁରର ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସେ କଟକର ଚଣ୍ଡୀମନ୍ଦିର ଯାଇ ମା'ଙ୍କ ଆଶୀର୍ବାଦ ନେଇଥିଲେ।

ସୂଚନାଯୋଗ୍ୟ, ଅରିନ୍ଦମଙ୍କୁ ଭାଜପା ସାଲେପୁର ବିଧାୟକ ପାଇଁ ପ୍ରାର୍ଥୀ କରିବା ପରେ ଅରିନ୍ଦମ କହିଥିଲେ, ଜନସାଧାରଣଙ୍କ ପାଇଁ କାମ କରିବାକୁ ମୋତେ କୁହାଯାଇଛି। ନିଶ୍ଚିତ ଭାବେ ମୁଁ କାମ କରିବି। ପ୍ରତ୍ୟେକଟି ଲୋକଙ୍କୁ ଚିହ୍ନିବି। ଏତିକି ପ୍ରତିଶ୍ରୁତି ଦେଉଛି ମୋତେ ଯେତେବେଳେ, ଯେଉଁ ସମୟରେ ଖୋଜିବେ ତାଙ୍କ ପାଖରେ ନିଶ୍ଚିତ ପାଇବେ। ପ୍ରଥମେ ଲୋକମାନଙ୍କୁ ଭେଟି ତାଙ୍କ କଥା ଶୁଣିବି, ତାପରେ ଆଗାମୀ ଦିନରେ କ'ଣ କାମ କରିବି ତାହା ନିଷ୍ପତ୍ତି ନେବି। ହାତରେ କମ୍ ସମୟ ରହିଛି।
ହେଲେ ଏବେ ଭାଜପା ଲହର ରହିଛି। ସାଲେପୁରବାସୀ ବିଜେଡି ଗଡ଼କୁ ଭାଙ୍ଗିବେ। ଏଥର ଭାଜପା ହିଁ ଉଭୟ ଏମ୍ପି ଏବଂ ବିଧାୟକ ପ୍ରାର୍ଥୀ ଜିତିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।












Click it and Unblock the Notifications