କଟକ ବିଚାରପତିଙ୍କ ଆତ୍ମହତ୍ୟା ମାମଲା: ହତ୍ୟା ଅଭିଯୋଗ ଆଣିଲେ ମା'ଓ ଭାଇ
କଟକ ବିଚାରପତିଙ୍କ ଆତ୍ମହତ୍ୟା ମାମଲା , ହତ୍ୟା ଅଭିଯୋଗ ଆଣିଲେ ମା'ଓ ଭାଇ,
କଟକ: ପକ୍ସୋ କୋର୍ଟ ଜଜ୍ ସୁବାସ ବିହାରୀଙ୍କ ମୃତ୍ୟୁ ମାମଲା । ବିଚାରପତିଙ୍କ ଆତ୍ମହତ୍ୟା ମାମଲାରେ ଦେଖାଦେଇଛି ଟ୍ୱିଷ୍ଟ । ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ଅଭିଯୋଗ କଲେ ସୁବାସଙ୍କ ପରିବାର ଲୋକେ । ସୁବାସଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଥିବା ଅଭିଯୋଗ କରିବା ସହ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି ସୁବାସଙ୍କ ମା ଓ ଭାଇ । ଏନେଇ ଆଜି ମର୍କତନଗର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

'ମୋ ପୁଅକୁ ମୋ ବୋହୂ ଓ ତା ଭାଇ ମାରିଦେଲେ ,ମୋତେ କିଏ ପଚାରିବ ଏ ବୟଷରେ , ନେଇ ଗଲେ ମୋତେ ଟିକେ ଦେଖାଇଲେ ନାହିଁ ,ପୁଅକୁ ଶ୍ୱଶୁର ଘରେ ରହୁଥିଲା ,ତାକୁ କେବେ ଘରକୁ ଛାଡୁ ନଥିଲେ ,ମୋ ସହ କଥା ହେବା ପାଇଁ ମଧ୍ୟ ଦେଉ ନଥିଲେ ' ଆଜି କାନ୍ଦି କାନ୍ଦି ଏପରି ଗଣମାଧ୍ୟକୁ କହିଛନ୍ତି ସୁବାସଙ୍କ ମା'
ତେବେ ଏହା ପୂର୍ବରୁ ମଧ୍ୟ ଶବ ସଂସ୍କାରକୁ ନେଇ ଦୁଇ ପାରିବାର ମଧ୍ୟରେ ବିବାଦ ଦେଖିବା ପାଇଁ ମିଳିଥିଲା । ସାନ ଭାଇ ସୁବୋଧ ସଂପର୍କୀୟଙ୍କ ସହ ଡାକ୍ତରଖାନାରେ ପହଁଚି ସୁବାସଙ୍କ ମୃତ ଦେହକୁ ଗାଁ ନେଇ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଚାହିଁଥିଲେ । ହେଲେ ଶ୍ୱଶୁର ଘର ଲୋକେ ଏହାକୁ ବିରୋଧ କରି ଶବ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ନେଇଥିଲେ । ସୁବାସଙ୍କ ବଡ଼ଝିଅ ପ୍ରୀତିସ୍ନିଗ୍ଧା ମୁଖାଗ୍ନି ଦେଇଥିଲେ । ତେବେ ଗତକାଲି ସିଡିଏ ସେକ୍ଟଟ ୯ ସ୍ଥିତ ନିଜ କ୍ୱାର୍ଟରରେ ସୁବାସ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ତେବେ ପାରିବାରିକ ଆଶାନ୍ତିରୁ ସେ ଏପରି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications