ବିଚାରପତିଙ୍କ ଆତ୍ମହତ୍ୟା ଘଟଣା, ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଶେଷକୃତ୍ୟ

ବିଚାରପତିଙ୍କ ଆତ୍ମହତ୍ୟା ଘଟଣା, ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଶେଷକୃତ୍ୟ , ଗତକାଲି ସୁବାସ କୁମାର ବିହାରୀଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଥିଲା, ଏ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ,

କଟକ: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ମାମଲା । ଏ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରଖିଛି ପୋଲିସ । ସାଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଛି ତଦନ୍ତ କରିଥିଲା । ସେପଟେ ବିବାଦ ମଧ୍ୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେଲା ଶେଷକୃତ୍ୟ । ଶବ ସଂସ୍କାର ପାଇଁ ବାପାଘର ଓ ଶ୍ୱଶୁର ଘର ମଧ୍ୟରେ ବିବାଦ ଦେଖା ଦେଇଥିଲା । ବିଚାରପତିଙ୍କ ସାନ ଭାଇ ଗାଁରେ ଶେଷକୃତ୍ୟ କରିବା ପାଇଁ ଚାହୁଁଥିବା ବେଳେ ଶ୍ୱଶୁର ଘର ଲୋକେ ଏହାକୁ ବିରୋଧ କରି ଶବ ଶଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର ନେଇଥିଲେ । ସେପଟେ ମା ତୁଳସୀ ବିହାରୀ 'ନିଜ ପୁଅକୁ ଶେଷ ଥର ପାଇଁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ପୈତୃକ ଗାଁରେ ଅସନ୍ତୋଷ ଦେଖାଦେଇଛି ।

Cuttack Pocso Court Judge

ତେବେ ଗତକାଲି ବିଚାରପତି ସୁବାସ କୁମାର ବିହାରୀଙ୍କ ବାପାଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ଥିଲା । ତେବେ ପାରିବାରିକ ଆଶାନ୍ତି ପାଇଁ ବିଚାରପତି ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଗତ କାଲି ନିଜ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ସୁବାସ । ସ୍ତ୍ରୀ ଓ ଦୁଇ ଝିଅ ଘରେ ନଥିବା ସମୟରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+