ଆୟତ୍ତ ହେଲା ନର୍ସିଂହୋମ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି
କଟକ: କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଛି । ନର୍ସିଂହୋମ୍ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଆଉ ବର୍ତ୍ତମାନ ନିଆଁକୁ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ଆୟତ୍ତ କରିସାରିଥିବା ବେଳେ ରୋଗୀଙ୍କୁ ହସ୍ପିଟାଲ ଭିତରୁ ଉଦ୍ଧାର କରିଛନ୍ତି ।

ଏହାରି ଭିତରେ ଏକ ବଡ ସୂଚନା ଆସିଛି । ହସ୍ପିଟାଲ ଭିତରୁ ଜଣେ ପରେ ଜଣେ ରୋଗୀଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଆହୁରି ରୋଗୀ ନର୍ସିଂହୋମରେ ଥିବା ସୂଚନା ମିଳିଛି । ପ୍ରାଥମିକ ଖବରରୁ ମିଳିଥିବା ସୂଚନା ଅନୁସାରେ ପ୍ରାୟ ୨୦ ଜଣ ରୋଗୀ ଥିଲେ । ସେଥିରୁ ୧୫ ଜଣଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ମାତ୍ର ଆହୁରି ୫ରୁ ଅଧିକ କିମ୍ବା କମ ରୋଗୀ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications