କାହାକୁ ଓ କାହିଁକି ଏମିତି କହିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

କଟକ ସାଂସଦ ଭର୍ତୃହରି ମହତାବଙ୍କ ଏକ ବୟାନ ପରେ, ଦୁର୍ନୀତିଖୋରଙ୍କ ଛାତିରେ ଛନକା ପଶିଛି। ରତ୍ନଭଣ୍ଡାର ଚାବି ହଜିବା, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଅନିୟମିତାରେ ସମ୍ପୃକ୍ତ ନେତା, ଅଫିସର, କାହାର କେତେବେଳେ ପାଳି ପଡିବ ସେ ନେଇ ଚିନ୍ତାରେ ପଡିଛନ୍ତି। ଏପରିକି ଅଳିଆମାନଙ୍କୁ ଜେଲରେ ଭର୍ତି କରାଯିବ । ଜେଲରେ କୋଠରୀ ସଂଖ୍ୟା ବଢାନ୍ତୁ ଓ ଏଥିପାଇଁ ବଜେଟରେ ବ୍ୟୟବରାଦ କରନ୍ତୁ ବୋଲି ଭର୍ତ୍ତୃହରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବା ଚର୍ଚ୍ଚାର ବିଷୟ ହୋଇଛି।

Bhartrahari Mahatab

୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଖଣି ଚୋର, ଚିଟ୍ଫଣ୍ଡ ଚୋର, ରତ୍ନଭଣ୍ଡାର ଚାବି ଚୋରଙ୍କୁ ଜେଲ ପଠାଯିବ ବୋଲି କହିଥିଲେ। ଆଉ ଏବେ ସଭାମଞ୍ଚରୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭର୍ତ୍ତୃହରିଙ୍କ ଭଳି ଅଭିଜ୍ଞ ସାଂସଦ ଏଭଳି କହିବା ବଡ ସଙ୍କେତ ଦେଉଛି। ଆଗକୁ ଭ୍ରଷ୍ଟାଚାରୀଙ୍କ ବିରୋଧରେ ବିଜେପି ସରକାର ବଡ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ।

ଗତ କିଛି ଦିନ ହେଲା ମୋହନ ସରକାର ଆକ୍ସନ ମୁଡକୁ ଆସିଛନ୍ତି । ପୂର୍ବସରକାର କରିଥିବା କୋଟି କୋଟି ଟଙ୍କା ଦୁର୍ନୀତିର ତଦନ୍ତ ହେବ ବୋଲି କହିସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+