Get Updates
Get notified of breaking news, exclusive insights, and must-see stories!

ବଦଳିଲେ ମାହାଙ୍ଗା ଥାନା ଆଇଆଇସି, କାଲି ଗିରଫ ହୋଇଥିଲେ ପତ୍ନୀ ନିନା

ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ଲାଞ୍ଚ ନେବା ଅଭିଯୋଗରେ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସ୍ବାମୀ ହେଲେ ବଦଳି ।

କଟକ: ବଦଳିଲେ କଟକ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି । ଲାଞ୍ଚ ନେବା ଅଭିଯୋଗରେ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ସ୍ବାମୀ ହେଲେ ବଦଳି । ନିହାର ଏବେ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛନ୍ତି । ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ମହିଳା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ସ୍ୱାମୀ ହେଉଛନ୍ତି ନିହାର ରଞ୍ଜନ ମହାନ୍ତି ।

Mahanga Police Station IIC

ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍‌ଆଇ ତପନ କୁମାର ନାୟକ ଏହି ପଦରେ କାମ କରିବେ। ତାଙ୍କୁ ଅସ୍ଥାୟୀ ଭାବେ ମାହାଙ୍ଗା ଥାନାର ଦାୟିତ୍ୱ ମିଳିଛି।

ନିହାରଙ୍କ ପତ୍ନୀ ଗତକାଲି ଗିରଫ ହେବା ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ସୁନା ଅଳଙ୍କାର, ଘର, ଜମି, ବ୍ୟାଙ୍କ ପାସବୁକ, ବୀମା ରାଶି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ରାୟଗଡାରେ ରହୁଥିବା ନିନା ଭୁବନେଶ୍ୱରରୁ ୬ ଲକ୍ଷ ଟଙ୍କା ନେଇ କୁଆଡେ ଯାଉଥିଲେ? ଏହି ୬ ଲକ୍ଷ ଟଙ୍କା କେଉଁଠୁ ଆଣିଥିଲେ? ଭିଜିଲାନ୍ସ ଅଧିକାରୀଙ୍କୁ ଏହାର ଜବାବ ଦେଇପାରିନଥିବା ଜଣାପଡିଛି

ସୂଚନାଥାଉ କି, ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦ ଘେରକୁ ଆସିଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+