Cuttack Lok Sabha Election 2024 Results Live: କିଏ ହାତେଇବ କଟକ ଲୋକସଭା ଆସନ ?
Cuttack Lok Sabha Election 2024 Results Live: କଟକ ଜିଲ୍ଲାର ୬ଟି ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା କ୍ଷେତ୍ରକୁ ନେଇ କଟକ ଲୋକସଭା ଆସନ ଗଠିତ। ଯେଉଁଥିରେ ରହିଛି ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଏବଂ ଖଣ୍ଡପଡ଼ା। ୨୦୧୯ ସାଧାରଣ ନିର୍ବାଚନରେ ୭ଟି ଆସନରୁ ୬ଟି ଆସନ ବିଜେଡି ଖାତାକୁ, ଗୋଟିଏ ସିଟ୍ କଂଗ୍ରେସ ଅକ୍ତିଆର କରିଥିବା ବେଳେ ବିଜେପିକୁ ଏହି ଆସନରୁ ଲାଗିଥିଲା ଝଟକା, ଖାତା ଖୋଲି ପାରି ନଥିଲା ଦଳ ।
ଏଥର କଟକ ଲୋକସଭା ଆସନରେ ବାରବାଟୀ-କଟକ ଏବଂ ଖଣ୍ଡପଡ଼ା ବିଧାନସଭା ଆସନକୁ ନେଇ ସରଗରମ ରାଜନୈତୀକ ମାହୋଲ । ୨୦୧୯ରେ ବାରବାଟୀ-କଟକ କଂଗ୍ରେସର ବିଜୟ ହୋଇଥିଲା । ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ଚେକ୍ ଦେଇ ମହମ୍ମଦ ମୋକିମ ହୋଇଥିଲେ ବିଧାୟକ। ଏଥର ମୋକିମଙ୍କ ବଦଳରେ ଝିଅ ସୋଫିଆ ଫିର୍ଦ୍ଦୋଷ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ଏଥ ନୂଆ ଚେହେରାକୁ ନେଇ ବେଶ ଚର୍ଚ୍ଚା ଲାଗ ରହିଛି । ତେବେ କୁହାଯାଉଛି ଏଥର ମଧ୍ୟ ବାରବାଟୀ-କଟକ ଆସନରେ କଂଗ୍ରେସର ଦବଦବା ବଜାୟ ରହିବ ।

କଟକରେ ହେଉଛି ଏଥର ହାଇପ୍ରୋଫାଇଲ୍ ଟକ୍କର । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଭର୍ତ୍ତୃହରି ମହତାବଙ୍କୁ ବିଜେପି ପକ୍ଷରୁ ଟିକେଟ୍ ମିଳିଛି । ସେହିପରି ବିଜେଡି ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ସେ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପ୍ ଡାଇରେକ୍ଟର ଅଫ୍ ଗ୍ରୁପ୍ ଏଚଆର୍ ଭାବେ କାର୍ଯ୍ୟ କରୁଥିଲେ । ଚାକିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ସେ ରାଜନିତୀରେ ପ୍ରବେଶ କରିଥିଲେ । ସେହିପରି
ଏଥର କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ଟିକେଟ୍ ଦେଇଛି।
ଏଥର କଟକ ଲୋକସଭା ଆସନକୁ ନେଇ ଜୋରଦାର ଲଢେଇ ହେଉଛି । ତିନି ପ୍ରମୁଖ ଦଳର ମଧ୍ୟରେ ହେଉଛି କଡ଼ା ଟକ୍କର ହେଲେ ଏଥପ ବିଜେଡିର ପଲ୍ଲା ଭାରି ପଡିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି କଟକ ଲୋକସଭା ଆସନର ଇତିହାସ ଉପରେ ନଜର ପକାଇବା ତେବେ ୨୦୦୯ରୁ ବିଜେଡି ଟିକେଟ୍ ନେଇ ନିର୍ବାଚନ ଲଢି ଆସୁଥିଲେ ଭର୍ତ୍ତୃହରି । ହେଲେ ଏଥର ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି, ଯେଉଁଥି ପାଇଁ ତାଙ୍କୁ ହାରିବାର ସ୍ୱାଦ ଚାଖିବାକୁ ପଡିପାରେ ବୋଲି କୁହାଯାଉଛି । ଏଥର ପୁଣି ବିଜେଡି ବାଜି ମାରିପାରେ ବୋଲି ରାଜନୈତୀକ ମହୋଲରେ ଚର୍ଚ୍ଚା ହେଉଛି ।












Click it and Unblock the Notifications