ତମ୍ବାଖୁ ସେବନରେ ଏକ ନମ୍ବର କଟକ

ତମ୍ବାଖୁ ସେବନରେ ଏକ ନମ୍ବର କଟକ । କଟକରେ ୨୦୧୬ରୁ ୨୦୨୦ ଯାଏଁ ୧୮,୬୫୨ ଜଣଙ୍କ ନିକଟରୁ ୧୭ ଲକ୍ଷ ୨ ହଜାର ୬୪୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ଭୁବନେଶ୍ବରରେ ୪,୭୧୪ ଜଣଙ୍କ ନିକଟରୁ ୪ ଲକ୍ଷ ୮୦ ହଜାର ୭୫୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ତେବେ ଯୁବକଙ୍କ ଅପେକ୍ଷା ବୟସ୍କମାନେ ଅତ୍ୟଧିକ ତମ୍ବାଖୁ ଜାତୀୟ ପଦାର୍ଥ ବ୍ୟବହାର କରୁଥିବା ସୂଚନା ରହିଛି ।

tobacco consumption

'କୋଟପା' ନିୟମ ୨୦୦୩ ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ କିମ୍ବା ବିଡ଼ି ଟାଣିବା ନିଷେଧ । ଶିକ୍ଷାନୁଷ୍ଠାନର ୧୦୦ ମିଟର ଭିତରେ ତମ୍ବାଖୁ ସାମଗ୍ରୀ ବିକ୍ରି ନିଷେଧ କରାଯିବା ସହ ଅନେକ କଟକଣା ଜାରି କରାଯାଇଥିଲା । ଏହି କଟକଣା ଆଧାରରେ କମିସନରେଟ୍ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ସମୟରେ ଏହି ଜରିମାନା ଆଦାୟ କରାଯାଇଛି ।

ଏ ସମ୍ପର୍କରେ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ କହିଛନ୍ତି, ତମ୍ବାଖୁ ସେବନ ଦ୍ବାରା ମୁଖ ଗହ୍ବର କର୍କଟଠାରୁ ଆରମ୍ଭ କରି ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ ହେଉଛି । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକୋଟିନ୍ ରିପ୍ଲେସ୍‌ମେଣ୍ଟ ଥେରାପି ସହିତ ଧୂମପାନ କରୁଥିବା ବ୍ୟକ୍ତିଙ୍କୁ ପୁପ୍ରୋପ୍ରିୟନ୍, ଭାରେନକ୍ଲିନ୍‌ ଔଷଧ ଦିଆଯାଉଛି । ଏହାସହିତ କାଉନ୍‌ସେଲିଂ ମାଧ୍ୟମରେ ଏଭଳି ଖରାପ ଅଭ୍ୟାସକୁ ରୋକାଯାଇପାରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+