ନର୍ସିଂହୋମ ଅଗ୍ନିକାଣ୍ଡ ଘଟଣା : ଆଖି ବୁଜିଲା ୧୧ ଦିନର ଶିଶୁ କନ୍ୟା
କଟକ: ଘରୋଇ ନର୍ସିଂହୋମ୍ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ଜଣାପଡିଛି । ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ ଅଧୀକ୍ଷକ । ସୁଚନାନୁସାରେ କଟକର ଘରୋଇ ନର୍ସିଂହୋମ୍ ତ୍ରିଶାରେ ଶନିବାର ନିଆଁ ଲାଗିଯାଇଥିଲା ।

ଏହି ଅଗ୍ନିକାଣ୍ଡ ନର୍ସିଂହୋମ୍ର ୩ ମହଲାରେ ଥିବା ଆଇସିୟୁରେ ଘଟିଥିଲା । ଫଳରେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । କିଛି ରୋଗୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁମାନଙ୍କୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଠାରେ ଚିକିତ୍ସାଧୀନ ୧୧ ଦିନର ଶିଶୁ ରବିବାର ଆଖି ବୁଜିଛି । ଶିଶୁ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଦୀପ କୁମାର ଜେନା । ମୃତ ଶିଶୁଟି ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ବୋଲି ଜଣାପଡ଼ିଛି ।












Click it and Unblock the Notifications