ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜି ଠାରୁ କଟକ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି । ଏହା ୨୨ ତାରିଖ ଯାଏଁ ଚାଲିବ । ବାଲିଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୫ଟି ଦେଶର ବିଦେଶ ପ୍ରତିନିଧି ବାଲିଯାତ୍ରା ଦେଖିବା ପାଇଁ ଆସିବେ । ଆଜି ସନ୍ଧ୍ୟା ୫.୩୦ ରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।

ଚଳିତ ବର୍ଷ ବାଲିଯାତ୍ରାରେ ପିଠା ମହୋତ୍ସବ ଆରମ୍ଭ ହେବ। ଭାରତ ବ୍ୟତୀତ ଅନ୍ୟ କିଛି ଦେଶରେ ବି ବିଭିନ୍ନ ପ୍ରକାର ପିଠା ପ୍ରସ୍ତୁତ ହୁଏ । ତେଣୁ ଆମ ରାଜ୍ୟବାସୀ ସେମାନଙ୍କ ପିଠାର ମଜା ଉଠାଇ ପାରିବେ ଓ ସେମାନେ ଆମ ପିଠାର ସ୍ୱାଦ ଚାଖି ପାରିବେ ।
ଏହାବାଦ ଏଥର ବାଲି ଯାତ୍ରାରେ ମହାନଦୀରେ ଲେଜର ଶୋ', ଡ୍ରୋନ ଶୋ' ଆୟୋଜିତ ହେବ । ପ୍ରଥମ ଥର ପାଇଁ ୪୦୦ ଡ୍ରୋନକୁ ନେଇ ଡ୍ରୋନ୍ ଶୋ' ଆୟୋଜିତ ହେବ ।
ଚଳିତବର୍ଷ ବାଲିଯାତ୍ରାକୁ ଆସିଛି ନୂଆ ଦୋଳି ସ୍କ୍ରିମ ଟାୱାର । ବାଲିଯାତ୍ରାରେ ଏହି ଦୋଳିକୁ ପ୍ରଥମ ଥର ପାଇଁ ଲଞ୍ଚ କରିଛି ଗାଜିଆବାଦର ଫନଟେକ ଆମ୍ୟୁଜମେଣ୍ଟ କମ୍ପାନୀ । ଏକାଥରକେ ୩୨ ଜଣ ଏହି ଦୋଳିରେ ବସି ନୂଆ ରୋମାଞ୍ଚର ମଜା ନେଇପାରିବେ ।
ସେହିପରି ପ୍ରଥମଥର ପାଇଁ ବାଲିଯାତ୍ରାକୁ ଆସିଛି ସୁନାମି ଓ ଫ୍ରିସ-ବି ଦୋ ଳି । ଯାହା ଦର୍ଶକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଦେବ । ଚଳିତବର୍ଷ ବାଲିଯାତ୍ରା 'କଟକ ଇନ୍ କଟକ'ରେ ଦେଖିବାକୁ ମିଳିବ ଓଡିଆ ଚଳଚ୍ଚିତ୍ର ଇତିହାସର ଝଲକ ।
ଏଥର ବାଲିଯାତ୍ରାକୁ ପାଖାପାଖି ୭୦ ଲକ୍ଷ ଲୋକ ଆସିବେ ବୋଲି ଆକଳନ କରାଯାଇଛି । ବୟସ୍କଙ୍କ ପାଇଁ ୮ ସିଟ୍ ବିଶିଷ୍ଟ ୬ଟି ଗାଡ଼ି, ୩୦ ଇ- ରିକ୍ସା ବ୍ୟବସ୍ଥା ହୋଇଛି । ବୟସ୍କ ତଥା ଭିନ୍ନକ୍ଷମଙ୍କୁ ଏହା ସେବା ଯୋଗାଇବ ।
ପ୍ରତିଦିନ ଗୋଟିଏ କିମ୍ବା ଦୁଇ ଦେଶର କଳାକାର ବାଲିଯାତ୍ରାରେ ନିଜ କଳାର ପ୍ରଦର୍ଶନ କରିବେ। ବର୍ତ୍ତମାନ ସୁଦ୍ଧା ୮ ଦେଶର କଳାକାର ଆସିବା ସ୍ଥିର ହୋଇ ସାରିଲାଣି। ତେବେ ପ୍ରଥମ ଦିନ ଭଜନ ସମାରୋହ ଆୟୋଜିତ ହେବ।












Click it and Unblock the Notifications