କଟକରୁ ଆସୁଛି ସର୍ବାଧିକ ବ୍ରେନ୍‌ ଷ୍ଟ୍ରୋକ୍‌ ମାମଲା, ଲକ୍ଷେରେ ୧୮୭ ଜଣ ଶିକାର

କଟକ ଜିଲ୍ଲାରେ ବଢୁଛି ବ୍ରେନ୍‌ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା । ପ୍ରତି ଲକ୍ଷେରେ ୧୮୭ ଜଣ ହେଉଛନ୍ତି ଶିକାର ହେଉଛନ୍ତି ଏହି ମାରାତ୍ମକ ରୋଗରେ ।

କଟକ: ଜିଲ୍ଲାରେ ବଢୁଛି ବ୍ରେନ୍‌ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା । ପ୍ରତି ଲକ୍ଷେରେ ୧୮୭ ଜଣ ହେଉଛନ୍ତି ଶିକାର ହେଉଛନ୍ତି ଏହି ମାରାତ୍ମକ ରୋଗରେ । ତେବେ ଉଚ୍ଚ ରକ୍ତଚାପ ଓ ତମାଖୁ ବ୍ୟବହାର ପାଇଁ କଟକରେ ଅଧିକ ଲୋକଙ୍କୁ ଷ୍ଟ୍ରୋକ୍‌ ହେଉଥିବା ଆଇସିଏମଆର ରିପୋର୍ଟରେ ପ୍ରକାଶ ପାଇଛି ।

Brain Stroke

ପ୍ରତିବର୍ଷ ରାଜ୍ୟର ହଜାର ହଜାର ଲୋକ ଏଭଳି ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ଏମିତିକି ଷ୍ଟ୍ରୋକ ଘଟଣାରେ ସାରା ଦେଶରେ ଓଡ଼ିଶାର ସ୍ଥିତି ବେଶ ଚିନ୍ତାଜନକ ଥିବା ସଙ୍କେତ ମିଳିଛି। ଆଇସିଏମ୍‌ଆର୍‌ର ଏକ ରିପୋର୍ଟରେ ଦେଶର ୫ଟି ଜିଲ୍ଲା- କଟକ, ଉତ୍ତରପ୍ରଦେଶର ବାରାଣସୀ, ରାଜସ୍ଥାନର କୋଟା, ଆସାମର କାଚର, ତାମିଲନାଡ଼ୁର ତିରୁନେଲଭେଲି ଜିଲ୍ଲା ରହିଛି। ୨୦୧୮ ଓ ୨୦୧୯ ମସିହାର ଷ୍ଟ୍ରୋକ ତଥ୍ୟକୁ ନେଇ ସଂସ୍ଥାର ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ସେଣ୍ଟର ଫର ଡିଜିଜ ଇନ୍‌ଫର୍ମେଟିକ୍ସ ଆଣ୍ଡ ରିସର୍ଚ୍ଚ ପ୍ରସ୍ତୁତ କରିଥିବା ସଦ୍ୟତମ ରିପୋର୍ଟ କହୁଛି, କଟକ ଜିଲ୍ଲାରେ ସର୍ବାଧିକ ଲୋକ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି।

ପ୍ରତିବର୍ଷ ଜିଲ୍ଲାର ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୮୭ ଜଣ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ସେହିଭଳି ପ୍ରତି ଲକ୍ଷେ ପୁରୁଷଙ୍କ ଭିତରୁ ୨୧୭ ଜଣ ଷ୍ଟ୍ରୋକରେ ଶିକାର ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୧୫୬। ତେବେ କଟକରେ ଷ୍ଟ୍ରୋକ ଜନିତ ମୃତ୍ୟୁସଂଖ୍ୟା, ସର୍ଭେ ହୋଇଥିବା ଦେଶର ଅନ୍ୟ ଜିଲ୍ଲା ତୁଳନାରେ ବହୁତ କମ୍‌ ରହିଛି।

ସେହିପରି ଷ୍ଟ୍ରୋକ ଯୋଗୁ ବାରଣାସୀରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୪୬ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଏହା ପଛକୁ କାଚରରେ ୩୯.୯, କଟକରେ ୩୧ ଓ କୋଟାରେ ସବୁଠୁ କମ୍‌ ୧୫ ଜଣଙ୍କ ପ୍ରାଣ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+