କଟକ ନକଲି ମେଡିସିନ ମାମଲା : ଟ୍ରାଞ୍ଜିଟ୍ ରିମାଣ୍ତରେ ୨ ଅଭିଯୁକ୍ତ
କଟକ ନକଲି ମେଡିସିନ ମାମଲା : ଟ୍ରାଞ୍ଜିଟ୍ ରିମାଣ୍ତରେ ୨ ଅଭିଯୁକ୍ତ
କଟକ ନକଲି ମେଡିସିନ ମାମଲା : ନକଲି ଔଷଧ ମାମଲାରେ କମିସନରେଟ୍ ପୋଲିସ ବିହାର ଗୟା ଜିଲ୍ଲାର ବାଲାଜୀ ଡ୍ରଗ୍ସ କମ୍ପାନି ଉପରେ ଚଢାଉ କରିଛି । ଏହି କମ୍ପାନିର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ତରେ ପୁରୀଘାଟ ଥାନାକୁ ଆଣାଜିବ । ଏହା ସହ କମ୍ପାନିର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରାଯାଇଛି ।

ଗତକାଲି ରାଜ୍ୟ ବାହାରୁ ୨ ବ୍ୟବସାୟୀଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ୍ । ନକଲି ଔଷଧ ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ପୋଲିସ ରିମାଣ୍ତରେ ଆଣୁଥିବା ନେଇ ସୂଚନା ରହିଛି । ତଦନ୍ତ ପାଇଁ ୨ ଓଡିଶା ଡ୍ରଗ୍ସ କଣ୍ଟ୍ରୋଲର ସହ ୨ ଜଣ ପୋଲିସ ଅଧିକାରୀ ବିହାରର ଅନେକ ସ୍ଥାନରେ ଶନିବାର ଦିନ ଚଢାଉ କରିଥିଲେ । ଗୟା ପୋଲିସ ମଧ୍ୟ ଏଥିରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲା । ବାଲାଜୀ ନାମକ ଏକ ଡ୍ରଗ୍ସ କମ୍ପାନିର କାଗଜ ପତ୍ର ଯାଞ୍ଚ କରୁଛି ପୋଲିସ । ଗୟା ପରେ କଟକ ପୋଲିସ କର୍ଣ୍ଣାଟକ ବେଙ୍ଗାଲୁରର ଶିବାଜୀ ନଗରରେ ଥିବା ଶ୍ରୀ ବାଲାଜୀ ଏଜେନ୍ସିକୁ ଯାଇ ପଚାରଉଚରା କରିପାରେ ।












Click it and Unblock the Notifications