Cuttack Durga Puja: ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି କରିବେ ଆବେଦନ

କଟକ ଦୁର୍ଗାପୂଜା ପାଇଁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଅନୁମତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜିଠୁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା । ଆଜିଠୁ ୩ ଦିନ ଯାଏଁ ଚାଲିବ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଅନୁମତି ।

ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ । ଗେଟ୍, ପେଣ୍ଡାଲ, ବିଦ୍ୟୁତ ସବୁ ପାଇଁ ଆଜିଠୁ ପୂଜା କମିଟି ଆବେଦନ କରିବେ । ଆବେଦନର ୩ ଦିନ ପରେ ଯାଞ୍ଚ କରି ପ୍ରାଥମିକ ରିପୋର୍ଟ କମିଟିକୁ ଦିଆଯିବ।

Cuttack Durga Puja

କଟକ ସହରରେ ନିରାପଦ ଏବଂ ସୁଗମ ଭାବେ ଦୁର୍ଗାପୂଜା ପାଳନ ସୁନିଶ୍ଚିତ କରିବା ପାଇଁ ସାଂସ୍କୃତିକ ପରମ୍ପରା, ସୁରକ୍ଷା ନିୟମ ଏବଂ ଟ୍ରାଫିକ୍ ପରିଚାଳନାକୁ ବିଚାରକୁ ନେଇ ଜିଲ୍ଲାପାଳଙ୍କ ମାନକ କାର୍ଯ୍ୟ ପଦ୍ଧତି ଜାରି ହୋଇଛି।

ଏହା କଟକ ସହରରେ ଦୁର୍ଗାପୂଜା ଉତ୍ସବ ସହିତ ଜଡିତ ସମସ୍ତ ପୂଜା କମିଟି, ଅଂଶୀଦାର ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ପୂଜା ମଣ୍ଡପ, ତୋରଣର ଆକାର ଏବଂ ନିର୍ମାଣ ବୃଦ୍ଧି ଯୋଗୁଁ ସୁରକ୍ଷା ଏବଂ ଟ୍ରାଫିକ୍ ନିୟମ ସମ୍ପର୍କରେ ହାଇକୋର୍ଟଙ୍କ ଦ୍ବାରା ଉଠାଯାଇଥିବା ସମସ୍ୟାର ସମାଧାନ ପାଇଁ ଓଡିଶା ହାଇକୋର୍ଟଙ୍କ ୨୦୨୦ର ରିଟ ପିଟିସନ ସିଭିଲ ପିଆଇଏଲ ନମ୍ବର ୨୧୪୦ର ନିର୍ଦ୍ଦେଶାବଳୀ ସହରର ସମସ୍ତ ପୂଜା କମିଟିକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ କୁହାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍, କଟକ ପୂଜା କମିଟିଗୁଡ଼ିକ ସହିତ ବୈଠକ କରି ଉକ୍ତ ନିର୍ଦ୍ଦେଶାବଳୀ ପାଳନ ସୁନିଶ୍ଚିତ କରିବେ। ପୂଜା ପେଣ୍ଡାଲରେ ଦୈନିକ ଆରତୀ ଏବଂ ଶୋଭାଯାତ୍ରା ସମୟରେ ଡିଜେ ସାଉଣ୍ଡ ସିଷ୍ଟମ୍‌ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।ଅନୁମୋଦିତ ସୀମା ଅତିକ୍ରମ କରୁଥିବା ଶବ୍ଦ ଡେସିବେଲ୍‌ ସ୍ତର ମଧ୍ୟ ନିଷେଧ କରାଯାଇଛି। ଫାୟାର ଗନ ଏବଂ ବାଣର ବ୍ୟବହାର କଡ଼ାକଡ଼ି ନିଷେଧ କରାଯାଇଛି। ଆଖିରେ ଜ୍ଵଳନ ବା ସମସ୍ୟା ସୃଷ୍ଟି କରୁଥିବା ଲେଜର ଲାଇଟ ମଧ୍ୟ ନିଷେଧ କରାଯାଇଛି। ପୂଜା କମିଟିଗୁଡ଼ିକ ପ୍ରଚଳିତ ନିୟମ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ସୁନିଶ୍ଚିତ କରିବାକୁ ଅନୁରୋଧ କରାଯାଇଛି।

ସେହିପରି କଟକରେ ଦୁର୍ଗାପୂଜା ଉତ୍ସବ ଏବଂ ବିସର୍ଜନ ସମୟରେ ଶବ୍ଦ ଡେସିବେଲ ସ୍ତରର ତଦାରଖ ଏବଂ ନିୟନ୍ତ୍ରଣ କରିବା ପାଇଁ ଯନ୍ତ୍ର ସ୍ଥାପନ କରିବା ଓ ଟ୍ରାଫିକ ନିୟମ ପାଳନ ଏବଂ ଯାନବାହାନର ସୁଗମ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୋଲିସକୁ ଦାୟିତ୍ଵ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+