ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ
ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍ଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତହସିଲ୍ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରଖିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ା ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ୱର ସହିଦନଗରରେ ଥିବା ଏକ ଆବାସିକ ତିନି ମହଲା କୋଠା, ପୁରୀ ଗଡିଶଗଡାରେ ଥିବା ପୈତୃକ ଘର, ଭୁବନେଶ୍ଵର ଲକ୍ଷ୍ମୀସାଗରରେ ଥିବା ସମ୍ପର୍କୀୟଙ୍କ ଘର , କଟକ ଜିଲ୍ଲା କଣ୍ଟାପଡାରେ ଥିବା ଅଫିସ୍ ଚାମ୍ବର , କେନ୍ଦ୍ରାପଡାରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର ଏବଂ କଣ୍ଟାପଡାରେ ଥିବା ସରକାର କ୍ଵାଟର୍ସରେ ଚଢାଉ ଜାରି ରହିଛି।













Click it and Unblock the Notifications