Get Updates
Get notified of breaking news, exclusive insights, and must-see stories!

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲର ଦାୟିତ୍ୱ ନେବ କଟକ ଜିଲ୍ଲା ପ୍ରଶାସନ

ଡି.ପ୍ରକାଶ ରାଓଙ୍କ ଅନ୍ତେ ସେ ଚାଲଉଥିବା ସ୍କୁଲ ଓ ତାଙ୍କ ଗରିବ ପିଲାମାନଙ୍କ ଦାୟୀତ୍ବ କିଏ ନେବ ବୋଲି ଦ୍ବନ୍ଦ ରହିଥିଲା । ଯାହାର ସମାଧାନ କରିଛି ଜିଲ୍ଲା ପ୍ରଶାସନ ।

କଟକ: ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । ତେବେ ଡି.ପ୍ରକାଶ ରାଓଙ୍କ ଅନ୍ତେ ସେ ଚାଲଉଥିବା ସ୍କୁଲ ଓ ତାଙ୍କ ଗରିବ ପିଲାମାନଙ୍କ ଦାୟୀତ୍ବ କିଏ ନେବ ବୋଲି ଦ୍ବନ୍ଦ ରହିଥିଲା । ଯାହାର ସମାଧାନ କରିଛି ଜିଲ୍ଲା ପ୍ରଶାସନ । ସେହି ଗରିବ ପିଲାଙ୍କ ଦାୟିତ୍ବ ଜିଲ୍ଲା ପ୍ରଶାସନ ନେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

D. Prakash Rao

୧୯ ବର୍ଷ ପୂର୍ବେ ସେ 'ଆଶା ଓ ଆଶ୍ୱାସନା' ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ । ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ' ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ଅପରାହ୍ନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ସେ ଏସସିବିରେ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ପଦ୍ମଶ୍ରୀ ରାଓଙ୍କ ପରଲୋକ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+