ବାପୁଙ୍କ କଟକ ଗସ୍ତର ଶତବାର୍ଷିକ ପାଳନ କରିବାକୁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ
ଆସନ୍ତା ୨୩ତାରିଖରେ ଏହି ଦିନକୁ ପୁରିବ ଶହେ ବର୍ଷ । ତେବେ ବାପୁଙ୍କ କଟକ ଗସ୍ତର ଶତବାର୍ଷିକ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ ।
କଟକ: ଶହେ ବର୍ଷ ତଳେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଆସନ୍ତା ୨୩ତାରିଖରେ ଏହି ଦିନକୁ ପୁରିବ ଶହେ ବର୍ଷ । ତେବେ ବାପୁଙ୍କ କଟକ ଗସ୍ତର ଶତବାର୍ଷିକ ଧୁମଧାମରେ ପାଳନ ପାଇଁ ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ବେଲ ଭିୟୁ ଛକରେ ନିର୍ମାଣ ହୋଇଛି ରାଜ୍ୟର ସର୍ବବୃହତ୍ ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିୀ । ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତ ସମୟରେ ସେ କାଠଯୋଡୀ ନଦୀ ପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜ ମୂର୍ତ୍ତିରେ ପ୍ରଦର୍ଶନ କରାଯାଇଛି ।

୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ କଟକ କାଠଯୋଡୀ ନଦୀ ପଠାରେ ଏକାଠି ହୋଇଥିଲେ ଜାତିରପିତା ମାହାତ୍ମା ଗାନ୍ଧି, କସ୍ତୁରବା ଗାନ୍ଧୀ, ଗୋପବନ୍ଧୁ ଦାସ, ନିଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସଙ୍କ ଭଳି ଅନେକ ସ୍ୱାଧିନତା ସଂଗ୍ରାମୀ । ଇଂରେଜମାନଙ୍କ ବିରୋଧରେ ଏକାଠି ହୋଇ ସୃଷ୍ଟି ହୋଇଥିଲା ଜନ ଆନ୍ଦୋଳନ । ଆଉ ଗାନ୍ଧିଜୀଙ୍କ ଏହି ଗସ୍ତକୁ ଆଉ ଦିନ କେଇଟା ପରେ ଶହେ ବର୍ଷ ପୁରିବାକୁ ଯାଉଛି ।
ତେବେ ଆସନ୍ତା ୨୩ ତାରିଖରେ ଉଦଘାଟିତ ହେବ ୨୫ ଫୁଟ ଓସାର ଏବଂ ୧୨ ଫୁଟ ଉଚ୍ଚତାର ଏହି ପ୍ରତିମୃର୍ତ୍ତି । ଏହାକୁ ନିର୍ମାଣ କରିଛନ୍ତି ମୂର୍ତ୍ତି କାରିଗର ଲକ୍ଷ୍ମୀଧର ରଣା । ବେଲ ଭିୟୁ ଛକରେ ଏହି ପ୍ରତିମୃର୍ତ୍ତି ସମ୍ମୁଖରେ ଏକ ବିରାଟ ପାର୍କ ମଧ୍ୟ କରାଯାଇଛି । ୨୩ ତାରିଖରେ କଟକ ରେଲେଓ୍ୱ ଷ୍ଟେସନ୍ ନିକଟରୁ ଏକ ବିଶାଳ ପଦଯାତ୍ରା ବାହାର କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ଏହା ଏକ ବିଶେଷ ଦିନ ହୋଇଥିବାରୁ, ସେହିଦିନ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ସିଏମସି କମିଶନର ।












Click it and Unblock the Notifications