ଆଜି କଟକ ଆସିଥିଲେ ଜାତିର ପିତା, ବାପୁଙ୍କ ଗସ୍ତର ଶତବାର୍ଷିକକୁ ଧୁମଧାମରେ ହେଉଛି ପାଳନ
ଶହେ ବର୍ଷ ତଳେ ଆଜିର ଦିନରେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଏହି ଦିନକୁ ଆଜି ପୁରିଛି ଶହେ ବର୍ଷ ।
କଟକ: ଶହେ ବର୍ଷ ତଳେ ଆଜିର ଦିନରେ କଟକ ଆସିଥିଲେ ଜାତିର ପିତା ମହାତ୍ମା ଗାନ୍ଧି । ଏହି ଦିନକୁ ଆଜି ପୁରିଛି ଶହେ ବର୍ଷ । ବାପୁଙ୍କ କଟକ ଗସ୍ତର ଶତବାର୍ଷିକ ଧୁମଧାମରେ ପାଳନ କରୁଛି କଟକ ଜିଲ୍ଲା ପ୍ରଶାସନ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ କଟକ ବେଲ ଭିୟୁ ଛକରେ ନିର୍ମାଣ ହୋଇଛି ରାଜ୍ୟର ସର୍ବବୃହତ୍ ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତିୀ । ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତ ସମୟରେ ସେ କାଠଯୋଡୀ ନଦୀ ପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜ ମୂର୍ତ୍ତିରେ ପ୍ରଦର୍ଶନ କରାଯାଇଛି ।

ଏଥିସହିତ ଏହି ଅମୂଲ୍ୟ ସମୟକୁ ସ୍ମରଣ କରିବା ପାଇଁ କଟକ ଷ୍ଟେସନରୁ ଏକ ବିରାଟ ପଦଯାତ୍ରାର ଆୟୋଜନ କରାଯାଉଛି । ଏଥିରେ ପ୍ରଜ୍ଞାପନ ମେଢ ସହ ବାଚସ୍ପତି, ପିସିସି ସଭାପତି, କଟକ ସାଂସଦ ଓ ଜିଲ୍ଲାପାଳ ସହ ବହୁ ଗାନ୍ଧୀ ପ୍ରେମୀ ଯୋଗ ଦେଇଛନ୍ତି ।
କଟକ ଦରଘାବଜାର ପୁରୁଣା ଜେଲ ପଡିଆରେ ଏକ ସୁନ୍ଦର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିରେ ଗାନ୍ଧୀଜୀଙ୍କ ପିଲା ବେଳ, ସଂଗ୍ରାମୀ ଜୀବନ ଓ ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଭିନ୍ନ କଥା ଚିଠି, ଫଟୋ ଓ ପୋଷ୍ଟର ଆକାରରେ ସ୍ଥାନ ପାଇଛି। ଏଠାରେ ଗାନ୍ଧୀଜୀଙ୍କ ଚରଖା ଓ ପୁରୀଘାଟ ସଭାର ଦରି ମଧ୍ୟ ପ୍ରଦର୍ଶିତ ହୋଇଛି । ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତ ବର୍ଷ ପୂର୍ତ୍ତି ଅବସରରେ କଟକ ଦରଘା ବଜ଼ାର ଜେଲ ପଡିଆରେ ଆୟୋଜିତ ହୋଇଛି ଗାନ୍ଧୀ ସ୍ମୃତି ପଦର୍ଶନୀ । ଏଥିରେ ବାପୁଜୀଙ୍କ ଜୀବନିର ଓଡିଶା କଟକ ସହିତ, ଅନେକ ସ୍ମୃତି ସ୍ଥାନ ପାଇଛି ।

ସେହି ସ୍ମୃତିକୁ ମନେ ପକାଇବା ପାଇଁ ଆଜି ବିଧାନସଭାରେ କେବଳ ବାପୁଙ୍କ ଉପରେ ହେବ ଆଲୋଚନା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନକୁ ଆଜି ଶହେ ବର୍ଷ ପୁରୁଥିବାରୁ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହେବ । ଗୃହରେ ସଙ୍କଳ୍ପ ଅଣାଯିବା ସହ ପାରିତ କରାଯିବ । ପ୍ରଶ୍ନକାଳ, ଶୂନ୍ୟକାଳ, ମୂଲତବୀ ପ୍ରସ୍ତାବ ଆଲୋଚନାକୁ ବାତିଲ କରାଯାଇ ଗୃହରେ ସ୍ୱତନ୍ତ୍ର ଆଲୋଚନା କରାଯିବ ।












Click it and Unblock the Notifications