Get Updates
Get notified of breaking news, exclusive insights, and must-see stories!

ଏବର୍ଷ ବନ୍ଦ ରହିବ ଧବଳେଶ୍ୱର ଯାତ୍ରା

: ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ପୀଠକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ।

କଟକ: ଗୁଜୁରାଟ ଝୁଲା ପୋଲ ଭୁଶୁଡିବା ପରେ ପ୍ରଶାସନକୁ ଘାରିଛି ଧବଳେଶ୍ବର ପୋଲ ସୁରକ୍ଷା ଚିନ୍ତା । ମରାମତି ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ । ଆଜିଠୁ ପୀଠକୁ ଯିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି ।

 Dhabaleswar Yatra

ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।

ସୂଚନାଥାଉ କି, ମଙ୍ଗଳବାର ଧବଳେଶ୍ୱର ପୀଠରେ ଜାରି ହୋଇଥିଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଜାରି ହୋଇଥିଲା ୧୪୪ ଧାରା । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଜାରି ହୋଇଥିଲା କଟକଣା ।

ସେପଟେ ଆଜିଠୁ ଝୁଲା ପୋଲର ମରାମତି କାମ ଆରମ୍ଭ ହୋଇଛି । କାର୍ତ୍ତିକ ମାସରେ ବାବା ଧବଳେଶ୍ବରଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥାଏ । ହେଲେ ଝୁଲା ପୋଲ ମରାମତି ପାଇଁ ପୀଠରେ ୧୪୪ ଧାରା ଲାଗୁ ହୋଇଥିବାରୁ ନିରାଶ ହୋଇଛନ୍ତି ଭକ୍ତ । ପୀଠରେ ଖାଁ ଖାଁ ପରିବେଶ ଥିବା ବେଳେ, ନୀତି କାନ୍ତି କିନ୍ତୁ ଜାରି ରହିଛି । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+