ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ଓଷା, ପ୍ରଶାସନର ପ୍ରସ୍ତୁତି ବୈଠକ
କଟକ: କାର୍ତ୍ତିକ ମାସ ପାଇଁ ପ୍ରସ୍ତୁତି ବୈଠକ । ପଞ୍ଚୁକ ବ୍ରତ ଓ ବଡ଼ ଓଷା ପାଇଁ ଆଠଗଡ଼ ଧବଳେଶ୍ୱର ପୀଠରେ ପ୍ରଶାସନର ପ୍ରସ୍ତୁତି ବୈଠକ । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି ।
ନଭେମ୍ବର ୨୫ରେ ଧବଳେଶ୍ୱରଙ୍କ ପୀଠରେ ପାଳନ ହେବ ବଡ଼ଓଷା । ୨୫ ମଧ୍ୟରାତ୍ରୀରେ ଲାଗିହେବ ଗଜଭୋଗ । ୨୬ ଭୋରରେ ବିତରଣ । ନଭେମ୍ବର ୨୭ ସକାଳେ ଡଙ୍ଗାଭସା ସହ ସଂପନ୍ନ ହେବ କାର୍ତ୍ତିକ ବ୍ରତ ।
ଚଳିତବର୍ଷ ଅକ୍ଟୋବର ୨୯ରୁ ନଭେମ୍ୱର ୨୭ ଯାଏଁ କାର୍ତ୍ତିକ ବ୍ରତ ପାଳନ ହେବ । ତେବେ ନଭେମ୍ୱର ୨୩ ତାରିଖରୁ ୨୭ ତାରିଖ ଯାଏଁ ପାଞ୍ଚଦିନ ବ୍ୟାପି ପଞ୍ଚୁକ ବ୍ରତ ପାଳନ କରାଯିବ ।

ନଭେମ୍ୱର ୨୫ ତାରିଖରେ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେବ ବଡ଼ଓଷା । ସେହିଭଳି ୨୬ ତାରିଖ ଅର୍ଥାତ୍ ରବିବାର ଦିନ ସକାଳୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗଜଭୋଗ ବିତରଣ କରାଯିବ । ଏହାସହ ନଭେମ୍ୱର ୨୭ ତାରିଖ ଦିନ ରାସ ପୂର୍ଣ୍ଣିମା ତିଥିରେ କାର୍ତ୍ତିକ ବ୍ରତ ସଂପୂର୍ଣ୍ଣ ହେବ ।
ଆସୁଛି କାର୍ତ୍ତିକ ମାସ । ଆଉ ଏଥିପାଇଁ ସବୁ ମନ୍ଦିରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାକୁ ଦୃଷ୍ଟିରେ ରଖି ଆଠଗଡ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
କାର୍ତ୍ତିକ ମାସରେ ଖାସ କରି ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତ୍ତିକ ମାସର ବଡ଼ଓଶାରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ମହାନଦୀରୁ ଧବଳେଶ୍ୱର ମନ୍ଦିରର ଦୃଶ୍ୟ ଅତ୍ୟନ୍ତ ମନୋରମ ।
ଭୁବନେଶ୍ୱରରୁ ବାରଙ୍ଗ ଓ ନରାଜ ଦେଇକି ଅଥବା କଟକ ଚୌଦ୍ୱାର ଦେଇକି ଧବଳେଶ୍ୱର ଦ୍ୱୀପକୁ ଯାଇହୁଏ । ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ପ୍ରତିବର୍ଷ କାର୍ତ୍ତିକ ମାସରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ ।












Click it and Unblock the Notifications