କଟକ ଦହିବରା ଆଳୁଦମ ବ୍ୟବସାୟୀ ରଘୁ ମଉସାଙ୍କ ବିୟୋଗ

ରଘୁ ଦହିବରା... ଏହା କେବଳ ଏକ ଖାଦ୍ୟ ନୁହେଁ ବରଂ ଏହା ହେଉଛି କଟକର ପରିଚୟ । କଟକରେ ତ ଅନେକ ଦହିବରା ବିକ୍ରି ହୁଏ ହେଲେ ରଘୁ ଦହିବରାର ସ୍ୱାଦ ନିଆରା । ସେଥିପାଇଁ ତ ଓଡ଼ିଶାର ସୀମା ଡେଇଁ ୨୦୧୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ "ଓଡ଼ିଶା ପର୍ବ"ରେ ମଧ୍ୟ ଯୋଗ ଦେଇ ନିଜ ଦହିବରାର ସ୍ୱାଦ ସାରା ଭାରତକୁ ଚଖାଇଥିଲେ ରଘୁ । ହେଲେ ଏବେ ରଘୁ ଦହିବରା ତିଆରି କରୁଥିବା ସେ ହାତ ଅଟକି ଯାଇଛି । ଯାହାଙ୍କ ଯୋଗୁଁ ଆଜି ଦହିବରା ସମସ୍ତଙ୍କ ପ୍ରିୟ ହୋଇଛି ସେହି ପ୍ରିୟ ମଣିଷ ରଘୁ ମଉସା ଆଉ ନାହାନ୍ତି । ତାଙ୍କ ବିୟୋଗ ସହିତ କଟକରେ ରଘୁ ଦହିବରା ଆଳୁଦମର ଯୁଗ ଶେଷ ହୋଇଯାଇଛି ।

Raghu Moussa

କଟକର ପ୍ରସିଦ୍ଧ ଦହିବରା-ଆଳୁଦମ ବ୍ୟବସାୟୀ ରଘୁନାଥ ସାସମଲ, ଯିଏ "ରଘୁ ମଉସା" ନାମରେ ସୁପରିଚିତ ଥିଲେ, ତାଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି । କଟକ ବିଡାନାସୀ ସ୍ଥିତ ଗୋପାଳସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କର ବିୟୋଗରେ କଟକ ସହର ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ରଘୁନାଥ ସାସମଲ ଦୀର୍ଘ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦହିବରା-ଆଳୁଦମ ବ୍ୟବସାୟ ସହିତ ଜଡ଼ିତ ଥିଲେ । ମାତ୍ର ୧୫ ବର୍ଷ ବୟସରୁ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ । କଟକର ବିଡାନାସୀ ଛକରେ ସେ ଏକ ଟ୍ରଲିରେ ସବୁଦିନ ସନ୍ଧ୍ୟା ୫:୩୦ରେ ନିଜର ଦହିବରା ଦୋକାନ ଖୋଲୁଥିଲେ । ତାଙ୍କ ଆସିବା ପୂର୍ବରୁ ହିଁ ଗ୍ରାହକମାନଙ୍କର ଲମ୍ବା ଧାଡ଼ି ଲାଗିଯାଉଥିଲା ।

ତାଙ୍କ ଦହିବରାର ସ୍ୱାଦ ଏତେ ନିଆରା ଥିଲା ଯେ ମାତ୍ର ୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଉଥିଲା । ସାଧାରଣ ଦିନମାନଙ୍କରେ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରୁଥିବା ବେଳେ, ଛୁଟି ଦିନରେ ଏହି ସଂଖ୍ୟା ଆହୁରି ବଢ଼ିଯାଉଥିଲା ।

ରଘୁ ମଉସାଙ୍କ ଦହିବରାର ସବୁଠାରୁ ବଡ଼ ବିଶେଷତା ଥିଲା କଞ୍ଚା ଶାଳପତ୍ର ଠୁଙ୍ଗାରେ ଏହାକୁ ପରସିବା । ଦହିବରା ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଉଥିଲା, ଯାହା ତାଙ୍କ ଗ୍ରାହକମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଉଥିଲା । ସେ ନିଜ ଘରେ ଗାଈ ରଖି ସେହି କ୍ଷୀରରୁ ଦହି ପ୍ରସ୍ତୁତ କରୁଥିଲେ । ଦହିବରା ପ୍ରସ୍ତୁତି କାର୍ଯ୍ୟରେ ତାଙ୍କର ପୁରା ପରିବାର ସହଯୋଗ କରୁଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+