Cuttack Turn into Security Zone: କଟକରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?
୩୬ ଘଣ୍ଟା ପାଇଁ କଟକରେ କର୍ଫ୍ୟୁ । ଗତକାଲି ରାତି ୧୦ଟାରୁ ୩୬ ଘଣ୍ଟା ପାଇଁ ୧୩ଟି ଥାନା ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । କଟକରେ ଆଜି ସନ୍ଧ୍ୟା ୭ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ । CMC, CDA ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ କରାଯାଇଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍, ସ୍ନାପଟାପ୍, ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ ବ୍ୟାନ୍ ହୋଇଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି। ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ ।

କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି।
ବିଶ୍ବ ହିନ୍ଦୁ ପରିଷଦ କଟକ ମହାନଗର ଓ ବିଭିନ୍ନ ହିନ୍ଦୁ ସଂଗଠନ ତରଫରୁ ରବିବାର ଅପରାହ୍ନରେ ଏକ ମୋଟରସାଇକେଲ ରାଲି ହୋଇଯାଇଛି। ଏହି ରାଲି ବିଦ୍ୟାଧରପୁରରୁ ବାହାରି ନୂଆବଜାର, ପୋତାପୋଖରୀ, ଚାଉଳିଆଗଞ୍ଜ, ଓଏମ୍ପି, କଲେଜ ଛକ, ରାଣୀହାଟ, ବଜ୍ରକବାଟି, ଦୋଳମୁଣ୍ଡାଇ, ବାଦାମବାଡ଼ି ଟ୍ରାଫିକ ଛକ, ଦୋଳମୁଣ୍ଡେଇ, ହରିପୁର, ହାତୀପୋଖରୀ, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ନିମଚୌଡ଼ି, ଚାନ୍ଦିନୀଚୌକ ଆଦି ଅଞ୍ଚଳ ପରିକ୍ରମା କରିଛି।
ସୋମବାର କଟକ ବନ୍ଦ ଡାକରାରେ ବ୍ୟବସାୟୀ ଓ ଲୋକମାନଙ୍କୁ ହଇରାଣ ହେବାରୁ ରକ୍ଷା କରିବା ପାଇଁ ମାଲଗୋଦାମ ବନ୍ଦ ରଖିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ ଏନେଇ ରବିବାର ପ୍ରେସ୍ ବିବୃତିରେ ଜଣାଇଛନ୍ତି। ପେଟ୍ରୋଲ ପମ୍ପ, ହସ୍ପିଟାଲ, ମେଡିସିନ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ କମିଶନରଙ୍କ ସୂଚନା ଦେଇଛନ୍ତି। ଅଧିକ ବସ ଚଳାଚଳ ନ କରିବା ପାଇଁ ପୋଲିସ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି। କଟକ ସହରରେ ଥିବା ସବୁ ସରକାରୀ ଅଫିସ ଓ SCB ମେଡିକାଲ ଖୋଲା ରହିବ ବୋଲି ଜଣାପଡ଼ିଛି।
- -ପେଟ୍ରୋଲ୍ ପମ୍ପ, ହସ୍ପିଟାଲ୍, ମେଡିସିନ୍ ଷ୍ଟୋର୍ ଓ ଗ୍ରୋସରୀ ଦୋକାନ ଖୋଲା
- -କଟକରେ କର୍ଫ୍ୟୁ କଟକଣା ନେଇ ଅତିରିକ୍ତ ପୋଲିସ୍ କମିଶନରଙ୍କ ସୂଚନା
- -ଅଧିକ ବସ୍ ଚଳାଚଳ ନ କରିବା ପାଇଁ ପୋଲିସ୍ ପକ୍ଷରୁ ବିଶେଷ ଅନୁରୋଧ
- -କଟକ ସହରରେ ଥିବା ସବୁ ସରକାରୀ ଅଫିସ୍ ଓ SCB ମେଡିକାଲ୍ ଖୋଲା












Click it and Unblock the Notifications