ଭୁଶୁଡ଼ିଲା କଟକ ଛତ୍ରବଜାର ପୋଲ, ଦୁଇ ଜଣ ଆହତ
କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଛି। ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା।
କଟକ: କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଛି। ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲା।

ତେବେ ମାଟି ତଳୁ ଦୁଇ ଜଣକୁ ଉଦ୍ଧାର କରାଯାଇଛି । ଆହାତ ଦୁଇ ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆଉ କିଛି ଲୋକେ ଫସି ରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିଲା। ଠିକ୍ ଏହି ସମୟରେ ହଠାତ୍ ନିର୍ମାଣାଧୀନ ବ୍ରିଜ୍ଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍ ତଳେ ଚାପି ହୋଇଯାଇଥିଲେ କିଛି ଲୋକ।












Click it and Unblock the Notifications