କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ, ନଗର ଉନ୍ନୟନ ମନ୍ତ୍ରୀ
କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ରଦ୍ଦ କରାଯାଇନାହିଁ । ମେଟ୍ରୋ ରେଳ ପ୍ରକଳ୍ପ ବର୍ତ୍ତମାନ ରାଜ୍ୟ ସରକାର ପରୀକ୍ଷାଧୀନ ରଖିଛନ୍ତି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଲେ ନଗର ଉନ୍ନୟନ ମନ୍ତ୍ରୀ । ଏଥିପାଇଁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପରିସ୍ ପ୍ରାପ୍ତ ପରେ ଅନ୍ତିମ ସିଦ୍ଧାନ୍ତ ନେବେ ସରକାର । ଏପର୍ଯ୍ୟନ୍ତ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହି ଖର୍ଚ୍ଚରୁ ୨୦୨୪ ଜୁନ୍ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି ।













Click it and Unblock the Notifications