Get Updates
Get notified of breaking news, exclusive insights, and must-see stories!

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି, ବଜାୟ ରହିଲା ବିଧାୟକ ପଦ

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି, ବଜାୟ ରହିଲା ବିଧାୟକ ପଦ

କଟକ: ORHDCଦୁର୍ନୀତି ମାମଲାରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ତାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । ବଜାୟ ରହିଲା ବିଧାୟକ ପଦ । ଆସନ୍ତା ଫେବ୍ରୁଆରୀ ୨୨ରେ ହେବ ପରବର୍ତ୍ତି ଶୁଣାଣି ।

Mohammed moquim

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ଦେଇଥିଲେ । ଫଳରେ ମୋକିମଙ୍କ ବିଧାୟକ ପଦ ରଦ୍ଦ ହେବାର ସମ୍ଭାବନା ମଧ୍ୟ ରହିଥିଲା । ହାଇକୋର୍ଟରୁ ରହିତାଦେଶ ମିଳିବା ପରେ ବଜାୟ ରହିଲା ବିଧାୟକ ପଦ ORHDCଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ସହ ଜୋରିମାନାରେ ଦଣ୍ତିତ ହେବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ ବିଧାୟକ ମହମ୍ମଦ ମୋକିମ୍ ।

ସୂଚନାଥାଉ ଯେ, ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଥିଲା । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଶୁଣାଅଥିଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ମେଟ୍ରୋ ବିଲ୍ଡର ନିର୍ଦ୍ଦେଶ ପୀୟୁଷ ମହାନ୍ତିଙ୍କୁ ବି ଜେଲ ଦଣ୍ଡାଦେଶ ହୋଇଥିଲା । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ କୋର୍ଟ ଜେଲ୍ ଦଣ୍ଡାଦେଶ ହୋଇଥିଲା । ସେହିପରି କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଞ୍ଜନଙ୍କୁ ମଧ୍ୟ ଏହି ମାମଲାରେ ଜେଲ ଦଣ୍ଡାଦେଶ ସହ ସମସ୍ତ ୪ ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଲେଖାଏଁ ଜରିମାନାରେ ଦଣ୍ତିତ କରିଥିଲେ । ଏହି ଦଣ୍ଡାଦେଶକୁ ବିରୋଧ କରି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ୧୦ ତାରିଖରେ ଏହି ମାମଲାର ପ୍ରାରମ୍ଭିକ ଶୁଣାଣି କରି ମୋକିମଙ୍କ ଆବେଦକୁ ଗ୍ରହଣ କରିବା ସହ ଜରିମାନା ଆଦାୟ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଏହାଛଡ଼ା ଏକ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+