ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା
କଟକ: କାହିଁ କେଉଁ କାଳରୁ ବାଲିଯାତ୍ରା ଗୌରବମୟ ଇତିହାସ ରହିଆସିଛି । ବର୍ଷ ବର୍ଷ ଧରି ଚାଲିଆସୁଥିବା ଐତିହାସିକ ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲା ନାହିଁ ଜାତୀୟ ମାନ୍ୟତା । । ଏନେଇ ଚିଠି ଲେଖି ସ୍ପଷ୍ଟ କରିଛି କେନ୍ଦ୍ର ସଂସ୍କୃତି ବିଭାଗ ଯାହା ପରେ କଟକ ମେୟର ସୁବାସ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜାତୀୟ ମାନ୍ୟତା ଦେବାକୁ ଆମର ଆବେଦନ ଜାରି ରହିବ ଏବଂ ଆଗାମୀ ସମୟରେ ସଂସଦରେ ଏହି ପ୍ରସଙ୍ଗ ଉଠାଯିବ ।
ସେ ଆହୁରି କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା ବିଷୟରେ କଥା କହୁଛନ୍ତି ହେଲେ ଏହାକୁ ଜାତିୟ ମାନ୍ୟତା ଦେଉ ନାହାଁନ୍ତି । ତେବେ ଏଥିପାଇଁ ସେ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଛନ୍ତି ।

ସୂଚନାଥାଉ ଯେ, ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ହେଲେ ଏହାକୁ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି ଚିଠି ଲେଖି ଉତ୍ତର ରଖିଥିଲେ । ତେବେ କିଏ ଏହି ମାନ୍ୟତା ଦେବା ପାଇଁ ଉପଯୁକ୍ତ ଅଧିକାରୀ ବୋଲି ମେୟର ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କାହାରି ପ୍ରତିକ୍ରିୟା ମିଳିନାହିଁ ।












Click it and Unblock the Notifications