ଏଥର ଶହେ ଏକର ଜାଗାରେ ହେବ କଟକ ବାଲିଯାତ୍ରା: ଜିଲ୍ଲାପାଳ
ନଭେମ୍ବର ମାସରେ ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । ଲାଗିବ ରଙ୍ଗାରଙ୍ଗ ଲାଇଟ୍, ଝୁଲିବ ଚକ୍ରି ଦୋଳି, ମିଳିବ ଭଳି କି ଭଳି ଖାଇବା ।
କଟକ: ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ହେଲା ବନ୍ଦ ଥିଲା ବାଲିଯାତ୍ରା । ମାତ୍ର ଚଲିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଏହି ମେଳା । ଯାହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି କଟକବାସୀ । କାରଣ ନଭେମ୍ବର ମାସରେ ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । ଲାଗିବ ରଙ୍ଗାରଙ୍ଗ ଲାଇଟ୍, ଝୁଲିବ ଚକ୍ରି ଦୋଳି, ମିଳିବ ଭଳି କି ଭଳି ଖାଇବା ।

ତେବେ ଏଥର ଶହେ ଏକର ଜାଗାରେ କଟକର ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । କଳେବର ବୃଦ୍ଧି ନେଇ ସଂସ୍କୃତି ବିଭାଗକୁ ଅନୁଦାନ ବୃଦ୍ଧି ପ୍ରସ୍ତାବ ଦିଆଯିବ । ତଳ ପଡ଼ିଆ ବୈଷ୍ଣବ ପାଣି ମଞ୍ଚ ବ୍ୟତୀତ ଆଉ ଏକ ମଞ୍ଚ କରାଯିବ । ପ୍ରଥମ ଥର ଭାସମାନ ରେଷ୍ଟୁରାଣ୍ଟ ଓ ବୋଟର ବ୍ୟବସ୍ଥା କରାଯିବ । ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ସହ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି ।
ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ନେଇ ନିରାଶ କରିଥିଲା ପ୍ରଶାସନ । କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି । ଆଉ ସେମାନଙ୍କ ଜିନିଷ କିଣିବାକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବା ଦୂରଦୂରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications