Get Updates
Get notified of breaking news, exclusive insights, and must-see stories!

ଏବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା

ଚଳିତବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।

କଟକ: ଚଳିତବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କୋଭିଡ୍‌ ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିବା କଟକର ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଅନୁମତି ମିଳିଛି ।

Bali jatra

କୋଭିଡ୍ ପାଇଁ ୨ ବର୍ଷ ଧରି ବାଲିଯାତ୍ରା ବନ୍ଦ ରହିଥିଲା । କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା ରଖାଯାଇଛି । ଜିଲ୍ଲାପାଳଙ୍କ କହିବା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ବାରବାଟୀ ପ୍ୟାଲେସ୍‌ରେ୧୪, ୧୫ ଓ ୧୬ ତାରିଖରେ କଟକରେ ଏକ କାଇଟ୍‌ ଉତ୍ସବ ଅନୁଷ୍ଠିତ ହେବ। କଟକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଆୟୋଜନ ହେବ। ଏଥିପାଇଁ ମିଶନ ଶକ୍ତି ବିଭାଗ, ଓରମାସ୍‌ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି। ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ, ଖାଦ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଳି ଜିଲ୍ଲାପାଳ କହିଛନ୍ତି। ଚଳିତବର୍ଷ ହେବାକୁ ଥିବା ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବଢ଼ିବ। ଅଧିକ ବ୍ୟବସାୟୀ ଲାଭବାନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।

ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ନେଇ ନିରାଶ କରିଥିଲା ପ୍ରଶାସନ । କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ବାଲିଯାତ୍ରାରେ ହଜାର ହଜାର ଷ୍ଟଲ ପଡ଼ିଥାଏ । ବିଭିନ୍ନ ରାଜ୍ୟରୁ ଏଠାକୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇଥାନ୍ତି । ଆଉ ସେମାନଙ୍କ ଜିନିଷ କିଣିବାକୁ ମଧ୍ୟ ବିଭିନ୍ନ ସ୍ଥାନରୁ ବା ଦୂରଦୂରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+