ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେଲା କଟକ ବାଲିଯାତ୍ରା
ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେଲା କଟକ ବାଲିଯାତ୍ରା । ବାରବାଟି ଷ୍ଟାଡିୟମରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ହଜାରେରୁ ଉର୍ଦ୍ଧ୍ୱ ପିଲା ଡଙ୍ଗା ତିଆରି କରିଛନ୍ତି । ଫଳରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ୱର୍ଣ୍ଣ ଅକ୍ଷରରେ କଟକର ନାମ ଲିପି
କଟକ: ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେଲା କଟକ ବାଲିଯାତ୍ରା । ବାରବାଟି ଷ୍ଟାଡିୟମରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ପାଇଁ ହଜାରେରୁ ଉର୍ଦ୍ଧ୍ୱ ପିଲା ଡଙ୍ଗା ତିଆରି କରିଛନ୍ତି । ଫଳରେ ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ୱର୍ଣ୍ଣ ଅକ୍ଷରରେ କଟକର ନାମ ଲିପିବଦ୍ଧ ହୋଇଛି।

ସୂଚନା ଅନୁଯାଇ, ୨,୧୨୧ ପିଲା ମାତ୍ର ୨୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ତିଆରି କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ।
ମିଳିଥିବା ସୂଚନା ମୁତାବତକ ୫୦ଜଣ ଅଫିସିଆଲ୍ ଜୁରି ଏହାକୁ ପରିଚାଳନା କରୁଥିଲେ । ଏହି କାର୍ଯ୍ୟକ୍ରମରେ ଇଂଲଣ୍ଡରୁ ଗିନିଜର ଜଣେ ଜୁରି ମଧ୍ୟ ଉପସ୍ଥିତ ରହିଥିଲେ । ରେକର୍ଡ ପାଇଁ ଆଗରୁ ସିଏମସି ପକ୍ଷରୁ ଉକ୍ତ ସଂସ୍ଥାକୁ ଚିଠି ଲେଖାଯାଇଥିଲା। ଐତିହ୍ୟ ବାଲିଯାତ୍ରାକୁ ବିଶ୍ୱ ରେକର୍ଡରେ ସ୍ଥାନିତ କରବା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ଉଲ୍ଲେଖଥାଉ କି, ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା କଟକ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି । ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ବଢିଛି କଟକର ଐତିହାସିକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୋଟିଏ ଦିନ ବୃଦ୍ଧି ହୋଇଛି ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ଯ୍ଯନ୍ତ ଚାଲିବ ଏହି ଯାତ୍ରା ।












Click it and Unblock the Notifications