ଆଉ ୨ ଦିନ ବଢିପାରେ କଟକ ବାଲିଯାତ୍ରା !
ଆସନ୍ତାକାଲି ଶେଷ ହେଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ତେବେ ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ ଦିନ ବାଲିଯାତ୍ରା କାର୍ଯ୍ୟକ୍ରମକୁ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି ।
କଟକ: ଆସନ୍ତାକାଲି ଶେଷ ହେଉଛି ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ତେବେ ଲୋକଙ୍କ ଆଗ୍ରହକୁ ଦେଖି ଆଉ ୨ ଦିନ ବାଲିଯାତ୍ରା କାର୍ଯ୍ୟକ୍ରମକୁ ବଢାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି ସିଏମସି । ଗତକାଲି ବାଲିଯାତ୍ରା ପଡିଆରେ ହୋଇଥିବା ସିଏମସି ବୈଠକରେ ଆଲୋଚନା ପରେ ବିଧିବଦ୍ଧ ଭାବେ ପ୍ରସ୍ତାବ ଦେଇ ଚିଠି ଲେଖା ଯାଇଛି । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢିବା ନେଇ ଆଶା ସଞ୍ଚାର ହୋଇଛି । ଯଦି ବାଲିଯାତ୍ରାର ଅବଦ୍ଧି ଆଉ ଦୁଇ ଦିନ ବୃଦ୍ଧି ହୁଏ ବୁଧବାର ବଦଳରେ ଶୁକ୍ରବାର ଯାଏଁ ମେଳା ଜମିବ ।

ଛୋଟ ବଡ ବ୍ୟବସାୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା କରିବା ପାଇଁ ଏହି ପ୍ରସ୍ତାବ ପାଳିତ ହୋଇଛି । କଟକ ମେୟର ସୁବାସ ସିଂ ଏନେଇ ସୂଚନା ଦେଇଛନ୍ତି । ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ତେଣୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ବୃଦ୍ଧି ପାଇଁ ଦାବି କରାଯାଉଛି । ଏହା ଦ୍ୱାରା ବ୍ୟବସୟୀଙ୍କ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଯାତ୍ରାର ମଜା ନେଇପାରିବେ ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications