ଅଲୋଡା ଶିଶୁକନ୍ୟାକୁ ଆପଣାଇ ନେଲେ ଆମେରିକୀୟ ଦମ୍ପତି

କଟକ: କଟକର ବସୁନ୍ଧରାରେ ବଢୁଥିବା ଲିଲିଆନାକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଦମ୍ପତି । ଶୁକ୍ରବାର କଟକ ବସୁନ୍ଧରାରୁ ଆମେରିକା ଯାତ୍ରା କରିଛି ୪ ବର୍ଷର ଶିଶୁକନ୍ୟା ଲିଲିଆନା । ଭିନ୍ନକ୍ଷମ ଶିଶୁକନ୍ୟା ଲିଲିଆନାକୁ ଶେଷରେ ପରିବାର ଓ ବାପା ମା' ମିଳିଛନ୍ତି ।

ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା। ଯେଉଁଥିଲାଗି ଅସହାୟ ଅବସ୍ଥାରେ ପରିତ୍ତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲି ଯାଇଥିଲେ ଜନ୍ମକଲା ବାପା ମାଆ । ମାତ୍ର ଆଜି ସେ ପାଇଛି ନୂଆ ଜୀବନ। ଧୀରେଧୀରେ ସୁସ୍ଥ ହେବା ସହ ଉଜ୍ୱଳ ଭବିଷ୍ୟତ ଆଡକୁ ହେଉଛି ଅଗ୍ରସର ।

Cuttack Baby Girl

ତେବେ ଶିଶୁଟିକୁ ସମ୍ପୂର୍ଣ ଠିକ୍ କରିବା ପାଇଁ ସବୁ ପ୍ରକାରର ଚିକିତ୍ସା ଯୋଗାଇ ଦେବେ ବୋଲି କହିଛନ୍ତି ଆମେରିକୀୟ ଦମ୍ପତି । ହସ୍ତାନ୍ତର ପ୍ରକ୍ରିୟା ସାରିବା ସହ ଜିଲ୍ଲା ପ୍ରଶାସନ ଶିଶୁର ଉଜ୍ୱଳ ଭବିଷ୍ୟତ ନେଇ ଆଶାବାଦୀ ରହିଛି । ଆମେରିକା ଓକ୍‌ଲାହୋମା ସହରରେ ବାସ କରୁଥିବା ଦମ୍ପତି ଡେଭିଡ ବ୍ରିଏଣ୍ଟ ସ୍କଟ୍‌ଲେ ଓ ଆନ୍ନା ଏଲିଜ୍‌ ସ୍କଟ୍‌ଲେଙ୍କୁ କଟକ ଜିଲ୍ଲାପ୍ରଶାସନ ଚାଇଲ୍‌ଡ଼ ଆଡପ୍ସନ ନିୟମ ଅନୁଯାୟୀ ୪ବର୍ଷର ଶିଶୁ କନ୍ୟା ଲିଲିଆନାକୁ ହସ୍ତାନ୍ତର କରିଛି । ବର୍ଷକ ପୂର୍ବେ ଲିଲିଆନାକୁ ପୋଷ୍ୟକନ୍ୟା ଭ‌ାବେ ଗ୍ରହଣ କରିବା ନେଇ କଟକ ଜିଲ୍ଲାପ୍ରଶାସନ ନିକଟରେ ସେମାନେ ଆବେଦନ କରିଥିବା ବେଳେ ଏଥିସହ ଜଡିତ ସମସ୍ତ ପ୍ରକ୍ରିୟା ଶେଷ‌ ହେବାପରେ ଆଜି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଲିଲିଆନାକୁ ଡେଭିଡ ଓ ଆନ୍ନାଙ୍କୁ ହସ୍ତାନ୍ତର କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଜକୁ ୪ ବର୍ଷ ତଳେ ୨୦୧୯ ମସିହା ଫେବୃଆରୀ ୧୬ ତାରିଖରେ ଶିଶୁଟିକୁ ଭୁବନେଶ୍ୱର ଚନ୍ଦକା ନିକଟରେ ଥିବା ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା । ତାର ମୁହଁକୁ କୁକୁର କି କୌଣସି ଜଙ୍ଗଲୀ ଜନ୍ତୁ କାମୁଡି କ୍ଷତାକ୍ତ କରି ଦେଇଥିଲେ । ଉଦ୍ଧାର ପରେ କଟକ ଚାଇଲଡ ଲାଇନ ଶିଶୁଟିକୁ ତୁରନ୍ତ ଶିଶୁ ଭବନରେ ଭର୍ତ୍ତି କରିଥିଲା । ଶିଶୁଟିର ବାମ ଆଖି ଓ ମୁହଁର ୬୦ ପ୍ରତିଶତ ନଷ୍ଟ ହୋଇ ଯାଇଥିଲା । ପ୍ରାୟ ଦୁଇ ମାସ ଚିକିତ୍ସା ପରେ ସେ ସୁସ୍ଥ ହେବାରୁ ତାକୁ ବସୁନ୍ଧରାରେ ରଖାଯାଇଥିଲା । ପରେ ତାମିଲନାଡୁର କୋଇମ୍ବାଟୁର ନିଆଯାଇ ସେଠାରେ ଶିଶୁଟିର ମୁହଁର ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+