Get Updates
Get notified of breaking news, exclusive insights, and must-see stories!

ଭଲ କରି ମନେ ରଖନ୍ତୁ ଏହି ନର୍ସିଂହୋମ ନାଁ, ମୃତ ରୋଗୀଙ୍କଠାରୁ ଶୋଷଣ କରୁଛି ଲକ୍ଷାଧିକ ଟଙ୍କା !

ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରିଛି କଟକ ମଙ୍ଗଳବାଗ ପୁଲିସ୍ ।

କଟକ: ଟ୍ବିନ ସିଟିରେ ଏମିତି ଅନେକ ଘରୋଇ ଡାକ୍ତରଖାନା ରହିଛି, ଯେଉଁମାନେ ଚିକିତ୍ସା ଆଳରେ ରୋଗୀଙ୍କଠାରୁ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ବାରମ୍ବାର ଅଭିଯୋଗ କାର୍ଯ୍ୟନୁଷ୍ଠାନ ପରେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେବେ ଆଜି ମଧ୍ୟ ସମାନ ଅଭିଯୋଗରେ କଟକର ଏକ ଘରୋଇ ନର୍ସିଂହୋମକୁ ସିଲ କରିଛି କଟକ କମିଶନରେଟ ପୋଲିସ ।

Cuttack Annapurna Nursing Home

ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରିଛି କଟକ ମଙ୍ଗଳବାଗ ପୁଲିସ୍ । ମୃତ ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ ମଙ୍ଗଳବାଗ ପୁଲିସ୍‌ର ଚଢ଼ଉ ପରେ ନର୍ସିଂହୋମ୍‌କୁ ସିଲ କରାଯାଇଛି । ଏହା ସହ ଦୁଇ ଜଣ ନର୍ସିଂହୋମ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି । ଖୁବ୍ ଶୀଘ୍ର ଥାନାରେ ହାଜର ହେବା ପାଇଁ ନର୍ସିଂହୋମ୍ ମାଲିକଙ୍କୁ ନୋଟିସ ପଠାଯାଇଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ତ ପଶ୍ଚିମ ସିଂଘଭୂମିର ମଞ୍ଜୁ କରୁଆଙ୍କ ଭଉଣୀ ଗୌରୀ କରୁଆଙ୍କର ଉଚ୍ଚ ରକ୍ତଚାପ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ ପାଇଁ ଚିକିତ୍ସିତ ହେଉଥିଲେ । ତେବେ ଅଳ୍ପ ଖର୍ଚ୍ଚରେ ଚିକିତ୍ସା କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଦଲାଲ ମଙ୍ଗଳାବାଗ ସ୍ଥିତ ଅନ୍ନପୂର୍ଣ୍ଣା ନର୍ସିଂହୋମ‌କୁ ତାଙ୍କୁ ଆଣିଥିଲା ।

ତେବେ ଗତ ୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ମୃତ ବୋଲି ଘୋଷଣା ନକରି ୪ ତାରିଖରେ ଅବଶିଷ୍ଟ ୮୦ ହଜାର ଟଙ୍କା ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଦାବି କରିଥିଲେ । ଗୌରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବା ପରେ ମୃତଦେହ ହସ୍ତାନ୍ତର ପାଇଁ ଦାବି କରିଥିଲେ। କିନ୍ତୁ ଅବଶିଷ୍ଟ ୮୦ ହଜାର ଟଙ୍କା ବକେୟା ନ ଦେଲେ ମୃତଦେହ ଦେବାକୁ ମନା କରିଥିଲେ ନର୍ସିଂହୋମ‌ କର୍ତ୍ତୃପକ୍ଷ। ଏ ସଂକ୍ରାନ୍ତରେ ମଞ୍ଜୁ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା ।

୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୧୨ ଘଣ୍ଟା କାଳ ଗୌରୀଙ୍କ ମୃତଦେହକୁ ନର୍ସିଂହୋମ‌ ବେଡ୍‌ରେ ପକାଇ ରଖାଯାଇଥିଲା। ୪ ତାରିଖ ଦିନ ପ୍ରାୟ ୨ଟା ବେଳେ ହସପିଟାଲ୍‌ ପକ୍ଷରୁ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । କମିସନରେଟ୍‌ ପୋଲିସ ଓ ସିଏମ୍‌ଓ ଅଫିସର ଏକ ମିଳିତ ଟିମ୍‌ ନର୍ସିଂହୋମରେ ଚଢ଼ଉ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ନର୍ସିଂହୋମ‌କୁ ସିଲ୍‌ କରିଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+