For Quick Alerts
Turn On Notification  
For Daily Alerts
Oneindia App Download

ଭଲ କରି ମନେ ରଖନ୍ତୁ ଏହି ନର୍ସିଂହୋମ ନାଁ, ମୃତ ରୋଗୀଙ୍କଠାରୁ ଶୋଷଣ କରୁଛି ଲକ୍ଷାଧିକ ଟଙ୍କା !

ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରିଛି କଟକ ମଙ୍ଗଳବାଗ ପୁଲିସ୍ ।

|

କଟକ: ଟ୍ବିନ ସିଟିରେ ଏମିତି ଅନେକ ଘରୋଇ ଡାକ୍ତରଖାନା ରହିଛି, ଯେଉଁମାନେ ଚିକିତ୍ସା ଆଳରେ ରୋଗୀଙ୍କଠାରୁ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ବାରମ୍ବାର ଅଭିଯୋଗ କାର୍ଯ୍ୟନୁଷ୍ଠାନ ପରେ ମଧ୍ୟ ସ୍ଥିତି ଯଥା ପୂର୍ବଂ ତଥା ପରଂ । ତେବେ ଆଜି ମଧ୍ୟ ସମାନ ଅଭିଯୋଗରେ କଟକର ଏକ ଘରୋଇ ନର୍ସିଂହୋମକୁ ସିଲ କରିଛି କଟକ କମିଶନରେଟ ପୋଲିସ ।

Cuttack Annapurna Nursing Home

ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ କଟକ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରିଛି କଟକ ମଙ୍ଗଳବାଗ ପୁଲିସ୍ । ମୃତ ରୋଗୀଙ୍କଠାରୁ ଟଙ୍କା ଶୋଷଣ ଅଭିଯୋଗରେ ମଙ୍ଗଳବାଗ ପୁଲିସ୍‌ର ଚଢ଼ଉ ପରେ ନର୍ସିଂହୋମ୍‌କୁ ସିଲ କରାଯାଇଛି । ଏହା ସହ ଦୁଇ ଜଣ ନର୍ସିଂହୋମ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି । ଖୁବ୍ ଶୀଘ୍ର ଥାନାରେ ହାଜର ହେବା ପାଇଁ ନର୍ସିଂହୋମ୍ ମାଲିକଙ୍କୁ ନୋଟିସ ପଠାଯାଇଛି ।

ସୂଚନା ଅନୁଯାୟୀ, ଝାଡ଼ଖଣ୍ତ ପଶ୍ଚିମ ସିଂଘଭୂମିର ମଞ୍ଜୁ କରୁଆଙ୍କ ଭଉଣୀ ଗୌରୀ କରୁଆଙ୍କର ଉଚ୍ଚ ରକ୍ତଚାପ ଏବଂ ବ୍ରେନ୍‌ ଷ୍ଟ୍ରୋକ୍‌ ପାଇଁ ଚିକିତ୍ସିତ ହେଉଥିଲେ । ତେବେ ଅଳ୍ପ ଖର୍ଚ୍ଚରେ ଚିକିତ୍ସା କରାଇ ଦେବାର ପ୍ରଲୋଭନ ଦେଖାଇ ଜଣେ ଦଲାଲ ମଙ୍ଗଳାବାଗ ସ୍ଥିତ ଅନ୍ନପୂର୍ଣ୍ଣା ନର୍ସିଂହୋମ‌କୁ ତାଙ୍କୁ ଆଣିଥିଲା ।

ତେବେ ଗତ ୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ମୃତ ବୋଲି ଘୋଷଣା ନକରି ୪ ତାରିଖରେ ଅବଶିଷ୍ଟ ୮୦ ହଜାର ଟଙ୍କା ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଦାବି କରିଥିଲେ । ଗୌରୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଜାଣିବା ପରେ ମୃତଦେହ ହସ୍ତାନ୍ତର ପାଇଁ ଦାବି କରିଥିଲେ। କିନ୍ତୁ ଅବଶିଷ୍ଟ ୮୦ ହଜାର ଟଙ୍କା ବକେୟା ନ ଦେଲେ ମୃତଦେହ ଦେବାକୁ ମନା କରିଥିଲେ ନର୍ସିଂହୋମ‌ କର୍ତ୍ତୃପକ୍ଷ। ଏ ସଂକ୍ରାନ୍ତରେ ମଞ୍ଜୁ ୪ ତାରିଖରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିଥିଲା ।

୩ ତାରିଖ ବିଳମ୍ବିତ ରାତିରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୧୨ ଘଣ୍ଟା କାଳ ଗୌରୀଙ୍କ ମୃତଦେହକୁ ନର୍ସିଂହୋମ‌ ବେଡ୍‌ରେ ପକାଇ ରଖାଯାଇଥିଲା। ୪ ତାରିଖ ଦିନ ପ୍ରାୟ ୨ଟା ବେଳେ ହସପିଟାଲ୍‌ ପକ୍ଷରୁ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା । କମିସନରେଟ୍‌ ପୋଲିସ ଓ ସିଏମ୍‌ଓ ଅଫିସର ଏକ ମିଳିତ ଟିମ୍‌ ନର୍ସିଂହୋମରେ ଚଢ଼ଉ କରିଥିଲା । ଏହି ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ନର୍ସିଂହୋମ‌କୁ ସିଲ୍‌ କରିଦିଆଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Cuttack Annapurna Nursing Home was sealed off on allegations of money laundering from patients
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X