ପୁରୀରେ ହାଜତ ମୃତ୍ୟୁ ଘଟଣା : NHRC ରେ ଅଭିଯୋଗ କଲେ ସମ୍ବିତ, ରାଜ୍ୟସରକାରଙ୍କୁ ନୋଟିସ
ପୁରୀ ପୁଲିସର ହେପାଜତରେ ଯୁବକଙ୍କର ମୃତ୍ୟୁ ଘଟଣାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜାତୀୟ ମାନବାଧିକାର କମିଶନ (NHRC)ରେ ଅଭିଯୋଗ କରିଛନ୍ତି ।
ଦିଲ୍ଲୀ : ପୁରୀ ପୁଲିସର ହେପାଜତରେ ଯୁବକଙ୍କର ମୃତ୍ୟୁ ଘଟଣାରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜାତୀୟ ମାନବାଧିକାର କମିଶନ (NHRC)ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ନିରପେକ୍ଷ ତଦନ୍ତ କରାଯିବ ବୋଲି କମିଶନ ତାଙ୍କୁ ପ୍ରତିଶୃତି ଦେଇଥିବା ସମ୍ବିତ କହିଛନ୍ତି ।

କେ.ରମେଶଙ୍କ କଷ୍ଟୁଡିଆଲ୍ ମୃତ୍ୟୁ ପରେ ତାଙ୍କ ଘର ଲୋକଙ୍କୁ ନଜଣାଇ ପୁଲିସ ଅମାନବୀୟ ଭାବରେ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିଛି । ତାଙ୍କ ଘର ଲୋକଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ କେଉଁଠି ରଖିଛି କେହି ଜାଣି ନାହାନ୍ତି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ସମ୍ବିତ ।
ସେପଟେ ଉକ୍ତ ଅଭିଯୋଗକୁ ଗ୍ରହଣ କରିଛନ୍ତି NHRC । ଏନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି NHRC । ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନୋଟିସ ହୋଇଛି । 4 ସପ୍ତାହ ମଧ୍ୟରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC ।












Click it and Unblock the Notifications