ବାଲେଶ୍ୱରରେ କର୍ଫ୍ୟୁ କୋହଳ; ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ

ବାଲେଶ୍ୱରରେ କର୍ଫ୍ୟୁ ହେଲା କୋହଳ । ବାଲେଶ୍ୱରରେ ଏଣିକି କେବଳ ରାତ୍ରୀକାଳୀନ କର୍ଫ୍ୟୁ କଟକଣା ଲାଗିବ । ଆସନ୍ତାକାଲିଠୁ କେବଳ ରାତିରେ ହିଁ ରହିବ କଟକଣା କର୍ଫ୍ୟୁକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଅପଡେଟ୍ ଆସିଛି ।

ସହଦେବଖୁଣ୍ଟା, ଟାଉନ ଥାନା ଅଞ୍ଚଳରେ କଟକଣା କୋହଳ ହୋଇଛି । ସକାଳ ୫ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କଟକଣା କୋହଳ ହୋଇଛି । ମାତ୍ର ଏହି ଅଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ କଟକଣା ବଳବତ୍ତର ରହିବ । ବାଲେଶ୍ୱର ଜିଲ୍ଲାପାଳ ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

ତେବେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ବାଲେଶ୍ବର ସହର ଅଶାନ୍ତ ଥିବା ବେଳେ ଧୀରେ ଧୀରେ ଶାନ୍ତି ଫେରୁଥିବାର ନଜରକୁ ରଖି ଜିଲ୍ଲା ପ୍ରଶାସନ ଓ ବାଲେଶ୍ବର ପୋଲିସର ମିଳିତ ଉଦ୍ୟମରେ କର୍ଫ୍ୟୁ କୋହଳ କରାଯାଇଛି । ସେହିପରି ମୋବାଇଲ ଇଣ୍ଟରନେଟ ମଧ୍ୟ ସ୍ଵାଭାବିକ ହୋଇଛି।

Curfew in odisha

ସମସ୍ତ ଅଞ୍ଚଳର ୱାର୍ଡ କାଉନସିଲର, ବିଧାୟକ, ଜିଲ୍ଲା ସଭାପତିଙ୍କ ସହ ବାଲେଶ୍ବରରେ ଶାନ୍ତି ଫେରିବା ପାଇଁ ଆଲୋଚନା କରାଯାଇଛି। ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ଟି ମାମଲା ରୁଜ୍ଜୁ କରାଯାଇଛି ଓ ୯୧ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଗୁଜବ ପ୍ରଚାର ପାଇ ବାଲେଶ୍ବର ପୋଲିସର ସାଇବର ସେଲ ମଧ୍ୟ କାର୍ଯ୍ୟକାରୀ କରୁଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା ।

ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ। ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ। ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ୍‌ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ । ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+