କଟକରୁ ହଟିଲା କର୍ଫ୍ୟୁ, ମୁତୟନ ହୋଇ ରହିବେ ପୁଲିସ
କଟକ ସହରରୁ ହଟିଲା କର୍ଫ୍ୟୁ। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିସନର ଏସ୍ ଦେବଦତ୍ତ ସିଂ। ସେ କହିଛନ୍ତି, କର୍ଫ୍ୟୁ ସମୟ ସୀମା ସରିଛି, କିନ୍ତୁ ଏବେ ବି ଟିମ୍ ଅନୁଧ୍ୟାନ କରୁଛି। ସମ୍ବେଦନଶୀଳ ସ୍ଥାନରେ ପୁଲିସ ମୁତୟନ ରହିବେ। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗ ଉପରେ ନଜର ରହିବ। ସାଦା ପୋଷାକରେ ପୁଲିସ ମୁତୟନ ହୋଇ ରହିବେ।

ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଥିଲା। କଟକର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା। ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା। ଆଉ ଏବେ କର୍ଫ୍ୟୁକୁ ହଟାଇଦିଆଯାଇଛି। ଆଗାମୀ ସମୟରେ ଦୋକାନ ବଜାର ଖୋଲିବ। ଚଳପ୍ରଚଳ ସ୍ବାଭାବିକ ହେବ। ଯଦି ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ।
ସୂଚନାଯୋଗ୍ୟ, ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ଥିଲା। କଟକର ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା। ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହୋଇଥିଲା। ଆଉ ଏବେ କର୍ଫ୍ୟୁକୁ ହଟାଇଦିଆଯାଇଛି। ଆଗାମୀ ସମୟରେ ଦୋକାନ ବଜାର ଖୋଲିବ। ଚଳପ୍ରଚଳ ସ୍ବାଭାବିକ ହେବ। ଯଦି ପୁଣି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ତେବେ ପୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ।












Click it and Unblock the Notifications