କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ; ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂଙ୍କ ସୂଚନା

କଟକରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ । ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂଙ୍କ ସୂଚନା ।

କଟକ ସହରର କିଛି ଅଞ୍ଚଳ ପାଇଁ କର୍ଫ୍ୟୁ ଘୋଷଣା। ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂଙ୍କ ସୂଚନା। ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ।
ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର । ମଙ୍ଗଳାବାଗ୍, କ୍ୟାଣ୍ଟନ୍‌ମେଣ୍ଟ, ପୁରୀଘାଟ ଅଂଚଳରେ କର୍ଫ୍ୟୁ ।ବାଦାମବାଡ଼ି, ଲାଲ୍‌ବାଗ୍, ବିଡ଼ାନାସୀ ଅଞ୍ଚଳରେ ମଧ୍ୟ କର୍ଫ୍ୟୁ।

ମର୍କତନଗର, CDA ଫେଜ୍-୨, ମାଲ୍‌ଗୋଦାମରେ କର୍ଫ୍ୟୁ। ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ ବି କର୍ଫ୍ୟୁ । ସରକାରୀ ଅଫିସ୍ ଖୋଲା, ଜରୁରୀ ସେବା ଜାରି ରହିବ କହିଲେ ସିପି।

Curfew imposed in Cuttack for 36 hour

ପୋଲିସ କମିଶନର ସିଂ ସ୍ପଷ୍ଟ କରିଛନ୍ତି ଯେ, ଏହି କର୍ଫ୍ୟୁ ସମୟରେ ସରକାରୀ ଅଫିସ, ଜରୁରୀ ସେବା ଓ ସ୍କୁଲଗୁଡ଼ିକ ଖୋଲା ରହିବ, କିନ୍ତୁ ଅନ୍ୟ ସମସ୍ତ ଗତିବିଧି ଉପରେ କଡ଼ା କଟକଣା ଲାଗୁ ହେବ। ସେ ଚେତାବନୀ ଦେଇ କହିଛନ୍ତି, "ଉପଦ୍ରବକାରୀଙ୍କୁ କୌଣସି ଭାବେ ବରଦାସ୍ତ କରାଯିବ ନାହିଁ। ଯେକୌଣସି ଉପଦ୍ରବ କଲେ ତୁରନ୍ତ ବଳ ପ୍ରୟୋଗ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।"

ଶୁକ୍ରବାର ରାତିରେ ଦରଘା ବଜାର ନିକଟ ହାଥୀ ପୋଖରୀ ଅଞ୍ଚଳରେ ଜହନ୍ଜୀରି ମଙ୍ଗଳା ଭଗବତ ପୂଜା କମିଟିର ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଉଚ୍ଚ ଶବ୍ଦରେ ସଙ୍ଗୀତକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ବିବାଦ ହୋଇଥିଲା, ଯାହା ହିଂସାରେ ପରିଣତ ହୋଇଥିଲା। ଏହି ଘଟଣାରେ ପଥର, କାଚ ବୋତଲ ଓ ଅନ୍ୟ ହଥିଆର ବ୍ୟବହାର ହୋଇଥିଲା, ଯେଉଁଥିରେ ହୋଇଥିବା ବେଳେ ଦରଘା ବଜାର ଥାନାର ଆଇଆଇସି ସମେତ ୬ ଜଣ ଆହତ ହୋଇଥିଲେ। ପୋଲିସ ଲାଠିଚାର୍ଜ ଓ ଟିଅର ଗ୍ୟାସ ପ୍ରୟୋଗ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହା ପରେ ରବିବାର ବଜ୍ରବାଟି ରୋଡ଼ରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଓ ଅନ୍ୟ ହିନ୍ଦୁ ସଂଗଠନମାନଙ୍କ ଦ୍ୱାରା ହିଂସା ବିରୋଧରେ ଆୟୋଜିତ ଶୋଭାଯାତ୍ରାକୁ ପୋଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ନେତାଜୀ ସୁବାଷ ବୋଷ ଆର୍କେଡ଼ ସପିଂ ମଲ ଓ ଗୌରୀଶଙ୍କର ପାର୍କ ନିକଟରେ ଉଠା ଦୋକାନଗୁଡ଼ିକରେ ଭଙ୍ଗାରୁଜା ଓ ନିଆଁ ଲଗାଇଥିଲେ। କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା।

ଏହି ଉତ୍ତେଜନା ଓ ବିଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କମିଶନରେଟ ତିନୋଟି ସ୍ପେଶାଲ ଟିମ୍‌ ଗଠନ କରିଛି, ଯେଉଁମାନେ ଉପଦ୍ରବକାରୀଙ୍କୁ ଚିହ୍ନଟ ଓ ଗିରଫ କରିବେ। ଏହା ସହ ସହରର ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭିଏଚ୍‌ପି ଏହି ଘଟଣା ପାଇଁ ପୋଲିସ ଓ ଜିଲା ପ୍ରଶାସନକୁ ଦାୟୀ କରି ଡିସିପି ଓ ଜିଲ୍ଲାପାଳଙ୍କ ବଦଳି ଦାବି କରିଛି। ସେମାନେ ସୋମବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି ସମସ୍ତଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, "କଟକ ଭାଇଚାରାର ଅନନ୍ୟ ନିଦର୍ଶନ। କେତେକ ଉପଦ୍ରବକାରୀଙ୍କ ଯୋଗୁଁ ସହରର ଶାନ୍ତି ଓ ଗୌରବ ନଷ୍ଟ ହେଉଛି। ସରକାର ଏମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ।" ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+