ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି; ସ୍କୁଲ, କଲେଜ ବନ୍ଦ
ବାଲେଶ୍ବର ସହରରେ କର୍ଫ୍ୟୁ । ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୂରା ସହରରେ କର୍ଫ୍ୟୁ ଲାଗୁ ହୋଇଛି । ସମଗ୍ର ବାଲେଶ୍ବର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ।
ବାଲେଶ୍ବର ସହର ସୁନହଟ ଅଞ୍ଚଳରେ ସୋମବାର ଦୁଇ ଗୋଷ୍ଠୀ ମଧ୍ୟରେ ସଘର୍ଷ ଉଗ୍ର ରୂପ ନେଇଛି। ଢେଲାପଥର, ବାଡ଼ି ଓ କାଚ ବୋତଲ ମାଡ଼ରେ ୫ ପୁଲିସ କର୍ମଚାରୀଙ୍କ ସମେତ ୧୦ ଜଣ ଲହୁଲୁହାଣ ହୋଇଛନ୍ତି। ରାତିରେ ସହରର ଗୋଳାପୋଖରୀ, ମୋତିଗଞ୍ଜ, ସିନେମା ଛକ ଅଞ୍ଚଳକୁ ସଂଘର୍ଷ ବ୍ୟାପିଛି।
ଗଣ୍ଡଗୋଳକାରୀ ବିଭିନ୍ନ ସାହିରେ ପଶି ଲୋକଙ୍କ ଘରକୁ ଢେଲାପଥର ମାଡ଼ କରିବା ସହ ନିଆଁ ଲଗାଇ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫାଙ୍କା ଗୁଳିଚାଳନା କରିଛି ।
ପୂର୍ବାଞ୍ଚଳ ପୁଲିସ ଆଇଜି ଡ.ଦୀପକ କୁମାର ଓ ଏସପି ସାଗରିକା ନାଥ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସହରରେ କର୍ଫ୍ୟୁ ଜାରି କରାଯାଇଛି ।

ସବୁ ଜାଗାରେ ସଶସ୍ତ୍ର ଫୋର୍ସ
ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ବେଳେ ସବୁ ଜାଗାରେ ସଶସ୍ତ୍ର ଫୋର୍ସ ମୁତୟନ ହୋଇଛନ୍ତି । ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ ଟାଉନ ଥାନାରେ ପହଞ୍ଚିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ମଙ୍ଗଳବାର ବାଲେଶ୍ବର ସହରର ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଅନୁସାରେ, ସୋମବାର ଦ୍ବିପ୍ରହର ସମୟରେ ସୁନହଟ ମୁଖ୍ୟ ରାସ୍ତା ପାର୍ଶ୍ବ ଡ୍ରେନ୍ରେ ପୁଳାପୁଳା ରକ୍ତ ବୋହି ଯାଉଥିବା ଦେଖି ସ୍ଥାନୀୟ ଅଞ୍ଚଳର କିଛି ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ। ମନରେ ସନ୍ଦେହ ହେବାରୁ ସେମାନେ ନାଳକୁ ଯାଇ ଯେଉଁଠାରୁ ରକ୍ତ ଛଡ଼ାଯାଉଥିଲା, ସେ ସ୍ଥାନକୁ ଖୋଜିବା ସହ ହୋହାଲ୍ଲା କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଏ ସଂପର୍କରେ ଅଭିଯୋଗକାରୀଙ୍କଠାରୁ ଖବର ପାଇ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ଠିକ ଏହି ସମୟରେ ଅପରପକ୍ଷର ଶହଶହ ଲୋକ ଏକାଠି ହୋଇ ଅଭିଯୋଗକାରୀଙ୍କ ଉପରକୁ ଆକ୍ରମଣ କରିବା ସହ ପଥର ଓ କାଚ ବୋତଲ ଫିଙ୍ଗିଥିଲେ। ରାସ୍ତା ଉପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ, ପ୍ରତିଆକ୍ରମଣ କରିବା ସହ ପ୍ରବଳ ମାଡ଼ପିଟ୍ ଯୋଗୁଁ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଯାଇଥିବା ଅତିରିକ୍ତ ଏସ୍ପି ଅନୀଲ ପ୍ରଧାନ, ଏସ୍ଡିପିଓ ଡାକ୍ତର ଶଶାଙ୍କ ଶେଖର ବେଉରା, ଡିଏସ୍ପି ବ୍ରଜମୋହନ ପ୍ରଧାନଙ୍କ ସହିତ ଟାଉନ ଥାନାର ଦୁଇ ଅଧିକାରୀ ଓ ତିନି ଜଣ କନେଷ୍ଟବଳ ଗୁରୁତର ଆହତ ହୋଇଥିଲେ।
ପଥର ଓ କାଚବୋତଲ ମାଡ଼ରେ ସ୍ଥାନୀୟ ଅଞ୍ଚଳର ୧୦ରୁ ଅଧିକ ବ୍ୟକ୍ତି ଓ ରାସ୍ତାରେ ଯାଉଥିବା ସାଧାରଣ ଜନତା ମଧ୍ୟ କ୍ଷତାକ୍ତ ହୋଇଛନ୍ତି। ସେହି ସମୟରେ ରାସ୍ତାରେ ଯାଉଥିବା ବାଇକ୍, ସ୍କୁଟର ଓ ଚାରିଚକିଆ ଯାନକୁ ଅଟକାଇ ଲୋକଙ୍କୁ ଆକ୍ରମଣ କରାଯିବା ସହ ଗାଡ଼ିଗୁଡ଼ିକୁ ଭାଙ୍ଗି ଚୂର୍ମାର କରି ଦିଆଯାଇଥିଲା। ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଆକମଣରୁ ବର୍ତ୍ତି ନଥିଲେ।
ପାଖାପାଖି ୨ ଘଣ୍ଟା ଧରି ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିବା ପରେ ଆରକ୍ଷୀ ଅଧୀକ୍ଷିକା ସାଗରିକା ନାଥଙ୍କ ନେତୃତ୍ବରେ ସଶସ୍ତ୍ର ପୁଲିସ ବଳ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ପୂରା ଅଞ୍ଚଳରେ ୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ୧୪୪ ଧାରା ଲାଗୁ କରାଯାଇଥିଲା। ସମସ୍ତ ଜନସାଧାରଣଙ୍କୁ ନିଜ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications