CSK vs MI: ଆଜି ପଡିଆକୁ ଓହ୍ଲାଇବେ ମହେନ୍ଦ୍ର ସିଂହ ଧୋନି, କରିବେ ନୂଆ ରେକର୍ଡ
ମହେନ୍ଦ୍ର ସିଂ ଧୋନୀ, ଆଇପିଏଲରେ ସବୁଠାରୁ ବଡ ଚେହେରା। ଜଣେ ଖେଳାଳି ଯିଏ ଆଇପିଏଲର ପ୍ରଥମ ସିଜିନରୁ ଆଜି ଯାଏଁ ଖେଳି ଆସୁଛନ୍ତି ।
ଧୋନୀଙ୍କ ନେତୃତ୍ୱ ନେବା ଶୈଳୀ, ଦକ୍ଷତା ବେଶ ବିଚକ୍ଷଣ । ତାଙ୍କ ମାଇଣ୍ଡ ଗେମରେ ସିଏସକେ ୫ଥର ଟ୍ରଫି ହାତେଇବା ସହ ୧୦ଥର ଫାଇନାଲ ଆଉ ୧୨ଥର ପ୍ଲେଅଫରେ ପ୍ରବେଶ କରିଛି ।
ଚଳିତ ବର୍ଷ ଧୋନୀ ଆଇପିଏଲର ସବୁଠାରୁ ବୟସ୍କ ଖେଳାଳି ଭାବେ ମୈଦାନକୁ ଓହ୍ଲାଇବେ । ସେ ୨୦୦୮ରୁ ଲଗାତାର ୨୦୨୫ ଯାଏଁ ଖେଳୁ ଆସୁଛନ୍ତି ।

ଧୋନୀଙ୍କ ବୟସ ବର୍ତ୍ତମାନ ୪୩ ବର୍ଷ । ଧୋନୀଙ୍କଠାରୁ କେହି ବି ଚଳିତ ଆଇପିଏଲରେ ଅଧିକ ବର୍ଷର ଖେଳାଳି ନାହାନ୍ତି । ଧୋନୀଙ୍କ ପରେ ଫାପ୍ ଡୁପ୍ଲେସିସ, ରବିଚନ୍ଦ୍ରନ ଅଶ୍ୱିନୀ ଓ ରୋହିତ ଶର୍ମା ଏହି ଲିଷ୍ଟରେ ସାମିଲ ଅଛନ୍ତି ।
ତେବେ ଧୋନୀଙ୍କ ପୂର୍ବରୁ ବି ଏମିତି କିଛି ଖେଳାଳି ଅଛନ୍ତି ଯିଏ ଅଧିକ ବୟସରେ ବି ଆଇପିଏଲରେ ଖେଳ ଜାରି ରଖିଥିଲେ । ଅଷ୍ଟ୍ରେଲିଆ ଖେଳାଳି ବ୍ରାଡ୍ ହଗ୍ ୪୫ ବର୍ଷ ଯାଏଁ ଆଇପିଏଲ ଖେଳିଥିବା ବେଳେ ପ୍ରବୀଣ ତାମ୍ୱେ ୪୪ ବର୍ଷ ଯାଏଁ ଖେଳିଥିଲେ ।
ବର୍ତ୍ତମାନ ଧୋନୀ ସବୁଠାରୁ ବୟସ୍କ ଖେଳାଳି ଲିଷ୍ଟରେ ତୃତୀୟରେ ରହିଥିବା ବେଳେ ଚଳିତ ଆଇପିଏଲରେ ବି ସେ ଖେଳ ଜାରି ରଖିଛନ୍ତି । ତେବେ ଏହି ଆଇପିଏଲ ତାଙ୍କର ଶେଷ ଆଇପିଏଲ କୁହାଯାଉଥିଲେ ବି ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଧୋନୀ ଆଇପିଏଲରେ ଏମିତି ଏକମାତ୍ର ଖେଳାଳି ଯିଏ ଆରମ୍ଭରୁ ସିଏସକେ ଟିମରେ ରହିଛନ୍ତି । ଚେନ୍ନାଇ ୨ ବର୍ଷ ବ୍ୟାନ ସମୟରେ ସେ ପୁନେ ଦଳର ଅଧିନାୟକ ରହିଥିଲେ ।
ଚଳିତ ଆଇପିଏଲରେ ଧୋନୀଙ୍କ ପାଖରେ ବଡ ରେକର୍ଡ କରିବାର ସୁଯୋଗ ରହିଛି । ଧୋନୀ ୧୯ ରନ କରିବା ମାତ୍ରେ ସେ ସିଏସକେ ପାଇଁ ସର୍ବାଧିକ ରନ କରିଥିବା ଖେଳାଳି ହୋଇଯିବେ । ମହେନ୍ଦ୍ର ସିଂ ଧୋନୀ ଏବେ ଯାଏଁ ଚେନ୍ନାଇ ପାଇଁ ୨୫୪ ମ୍ୟାଚ ଖେଳି ୪ ହଜାର ୬୬୯ ରନ କରିଛନ୍ତି । ଯେଉଁଥିରେ ୨୨ ଅର୍ଦ୍ଧଶତକ ସାମିଲ ଅଛି । ବର୍ତ୍ତମାନ ଆଇପିଏଲରେ ସୁରେଶ ରୈନା ସିଏସକେ ପାଇଁ ସର୍ବାଧିକ ରନ କରିଛନ୍ତି । ସେ ୪ ହଜାର ୬୮୭ ରନ କରିଛନ୍ତି ।
ଚଳିତ ଆଇପିଏଲରେ ଆଜି ଚେନ୍ନାଇ ତାର ପ୍ରଥମ ମ୍ୟାଚ ଖେଳିବ । ମୁମ୍ବାଇ ବିପକ୍ଷରେ ଧୋନୀ ୧୯ ରନ କରି ଏହି ରେକର୍ଡ ନିଜ ନାଁରେ କରିପାରନ୍ତି । ଧୋନୀଙ୍କୁ ୪୩ ବର୍ଷ ହୋଇଥିଲେ ବି ସେ ଫିଟନେସରେ ଯୁବ ଖେଳାଳିଙ୍କୁ ବି ପଛରେ ପକାଇଦେବେ । ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଆଇପିଏଲରେ ବେଶ ସଫଳତା ଲାଭ କରିଥିଲା । ବର୍ତ୍ତମାନ ଚେନ୍ନାଇର ଅଧିନାୟକ ରହିଛନ୍ତି ଋତୁରାଜ ଗାଏକ୍ବାଡ । ଆଉ ଏଥର ଆଉ ଏକ ଟ୍ରଫି ବିଜୟ ଲକ୍ଷ୍ୟ ରହିବ ଏହି ଚାମ୍ପିୟନ ଦଳ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications