'ମୋ ବସ୍'କୁ ମିଳିଲା ଜାତୀୟ ସମ୍ମାନ, ମିଳିଲା ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨

Mo Bus Gets National Level Award :CRUT Receives The Smart Solutions Challenge & Inclusive Cities Awards 2022:'ମୋ ବସ୍'କୁ ମିଳିଲା ଜାତୀୟ ସମ୍ମାନ

ଭୁବନେଶ୍ୱର: ସିଟି ବସ୍‍ ସେବା କ୍ଷେତ୍ରରେ ଯାତ୍ରୀମାନଙ୍କୁ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେଉଥିବା 'ମୋ ବସ୍‍'କୁ ପୁଣି ଥରେ ଜାତୀୟ ସ୍ତରରେ ମିଳିଛି ସଫଳତା । ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି 'ମୋ ବସ୍‍'କୁ । ପୂର୍ବରୁ ମଧ୍ୟ ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୁରସ୍କାର ମିଳିଥିଲା । 'ମୋ ବସ୍' ଯୋଗୁଁ ରାଜ୍ୟରେ ସହରାଞ୍ଚଳରର ଜନସାଧାରଣ ସହଜରେ ଯାତାୟତ କରିପାରୁଛନ୍ତି । ଉନ୍ନତଧରଣର ମୋ ବସ୍ ସୁବିଧା ଯୋଗୁଁ ଲଗାତାର କ୍ରୁଟ୍କୁ ଜାତୀୟ ସ୍ତରରେ ସମ୍ମାନ ଓ ମାନ୍ୟତା ପାଇଆସୁଛି । ବଜାରର ଚାହିଦାକୁ ନଜରରେ ରଖି ସେବାରେ ଅଭିନବ ଓ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ମଧ୍ୟ ସମସ୍ତ ପଦକ୍ଷପ ନିଆଯାଉଛି ।

mo bus

ରାଜ୍ୟରେ 'ମୋ ବସ୍'ର ସଫଳତାକୁ ନଜରରେ ରଖି ଆଗକୁ ଇ. ବସ୍ ଏବଂ ଇ. ରିକ୍ସା ଆରମ୍ଭ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ କାର୍ଯ୍ୟକାରୀ କରିବାକୁ ଯାଉଛି କ୍ରୁଟ୍ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ କ୍ରୁଟ୍ ହେଉଛି ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା । ଯାହା ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍ ସହିତ ୫୦% ରିହାତି ଦେଉଥିବା ବେଳେ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ଟିକେଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ମଧ୍ୟ କରିଛି । ସେହିପରି ମହିଳାଙ୍କ ପାଇଁ ମଧ୍ୟ ସଂରକ୍ଷିତ ସିଟ୍ ର ବ୍ୟବସ୍ଥା କରାଯାଇଛି ।

'କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା 'ମୋ ବସ୍' ସେବା ପ୍ରତିଟି ଜନସାଧାରଣଙ୍କ ପାଇଁ , ଯାତାୟତ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା 'ମୋ ବସ୍' ର ବ୍ୟବହାର କଲେ ସହରରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦୁର ହୋଇପାରିବ । ତେବେ 'ମୋ ବସ୍‌' ବ୍ୟବହାର କରୁଥିବା ସାଧାରଣ ଜନତାଙ୍କ ପାଇଁ କ୍ରୁଟ୍କୁ ଏହି ସମ୍ମାନ ଓ ଜାତୀୟ ମାନ୍ୟତା ମିଳିପାରିଛ' ବୋଲି କହିଛନ୍ତି 'କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+