ନିଜକୁ ଗୁଳି କରି ଆତ୍ମହତ୍ୟା କଲେ CRPF ଯବାନ !

ପଦ୍ମପୁର: ଜଗଦଲପୁର CRPF କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ମୃତ ଯବାନଙ୍କ ଘର ପଶ୍ଚିମବଙ୍ଗରେ, ଆତ୍ମହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସୂଚନା ଦେଲେ ମେଡିକାଲ ଆଣିଥିବା ସହଯୋଗୀ । ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ମୃତ ଯବାନ ଜଣକ ହେଲେ ପଶ୍ଚିମବଙ୍ଗର ପ୍ରସନ୍ନଜିତ ପାଳ । ସେ ଜଗଦଲପୁର CPRFରେ ପୋଷ୍ଟେଡ୍ ଥିଲେ । ଗତକାଲି ରାତିରେ ତାଙ୍କର ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା । ଡ୍ୟୁଟି ଦେବା ସମୟରେ ରାତି ପ୍ରାୟ ୧୨ଟା ବେଳେ ସେ ନିଜ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦେଇଥିଲେ ତାଙ୍କ ସହଯୋଗୀ । ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଆଜି ଯବାନଙ୍କ ମୃତ ଦେହ ପଦ୍ମପୁର ଡାକ୍ତରଖାନାରୁ ବୁର୍ଲା ଭିମସାଗରକୁ ଅଣାଯିବ ଯେଉଁଠି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ପ୍ରସନ୍ନଜିତ ପାଳ କିଛି ଦିନ ପୂର୍ବରୁ ହିଁ ଛୁଟିରୁ ଫେରିଥିଲେ । ତେବେ ପାରିବାରିକ କଳହ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସୂଚନା ରହିଛି । ହେଲେ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏବେ ସ୍ପଷ୍ଟ ହୋଇ ନାହିଁ ।












Click it and Unblock the Notifications