ପୁରୀରେ ପର୍ଯ୍ୟଟଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟାରିକେଟ୍ ବ୍ୟବସ୍ଥା
ନୂଆବର୍ଷ ପାଇଁ ପୁରୀରେ ପର୍ଯ୍ୟଟଙ୍କ ଭିଡ଼ । ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ଭିଡ଼ ଜମାଇଛନ୍ତି । ପ୍ରାୟ ୪ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦ ଜଣ ଅତିରିକ୍ତ SP, ୩୩ ଜଣ DSP ଏବଂ ୩ ଶହରୁ ଅଧିକ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ ହୋଇଛି ।

୬୦ ପ୍ଲାଟୁନ୍ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ ଲାଗି ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି ।
More From
-
ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ -
IPL ୨୦୨୬: ଆଜିଠୁ ଆଇପିଏଲ, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍ -
Adani ଓ Youth4Jobsର ବଡ଼ ଉଦ୍ୟମ: ଭିନ୍ନକ୍ଷମ ଫଟୋଗ୍ରାଫରଙ୍କ ପାଇଁ Global Ability Photography Challenge 2026 ଆରମ୍ଭ -
ମହଜୁଦ ଅଛି ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର...








Click it and Unblock the Notifications