ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଥିବାରୁ ନେତାଙ୍କ ଭିଡ଼; ପୂର୍ବ, ପଶ୍ଚିମ ନା ଉପକୂଳ, କେନ୍ଦ୍ର?
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । ରାଜ୍ୟ ସଭାପତି ପଦ ପାଇଁ ନାମାଙ୍କନ ଥିବାରୁ ନେତାଙ୍କ ଭିଡ଼ । ସଭାପତି ପାଇଁ କିଏ ଭରିବେ ନାମାଙ୍କନ ତାକୁ ନେଇ ବଡ଼ ସସ୍ପେନ୍ସ । କିଏ ହେବେ ସଭାପତି କିଛି ସମୟ ଭିତରେ ସ୍ପଷ୍ଟ ହେବା ସମ୍ଭାବନା।
ରିପିଟ୍ ହେବେ ମନମୋହନ ସାମଲ ନା ଆଉ କିଏ ହେବେ ? ପ୍ରଦୀପ ପୁରୋହିତ ଓ ସୁକାନ୍ତ ପାଣିଗ୍ରାହୀଙ୍କୁ ନେଇ ବି ଚର୍ଚ୍ଚା । ପ୍ରାୟତଃ ସହମତିରେ ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।
ପୂର୍ବ, ପଶ୍ଚିମ ନା ଉପକୂଳ, କେନ୍ଦ୍ର?
ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ବର୍ତ୍ତମାନ ରାଜ୍ୟରେ ବିଜେପିର ମୋଟ ୭୮ ବିଧାୟକଙ୍କ ଭିତରୁ ପୂର୍ବ ଓଡ଼ିଶାରୁ ଆସୁଛନ୍ତି କେବଳ ୧୭ ଜଣ ବିଧାୟକ । ସେହିପରି ପଶ୍ଚିମ ଓଡ଼ିଶାରୁ ୧୮ ଜଣ ବିଧାୟକ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରୁ ମଧ୍ୟ ଆସୁଛନ୍ତି ୧୮ ଜଣ ଲେଖାଏଁ ବିଧାୟକ । ଏହାସହ ଓଡ଼ିଶାର କେନ୍ଦ୍ର ଭାଗରୁ କେବଳ ୭ ଜଣ ବିଜେପି ବିଧାୟକ ରହିଛନ୍ତି । ତେଣୁ ପଶ୍ଚିମ, ଉତ୍ତର, ଉପକୂଳ ଢାଞ୍ଚାରେ ଯଦି ସଭାପତି ନିର୍ବାଚନ ହୁଏ, ତେବେ ସମ୍ଭବତଃ ପଶ୍ଚିମ କିମ୍ବା ଉପକୂଳ ଓଡ଼ିଶାକୁ ଗୁରୁତ୍ୱ ଦିଆଯାଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି ।
ଏହାପୂର୍ବରୁ ସରକାର ଗଠନ ବେଳେ ଉପକୂଳ ଓଡ଼ିଶାରୁ ପ୍ରଭାତୀ ପରିଡ଼ାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଭାବେ ବାଛିଥିଲା ଦଳ । ସେହିପରି ପଶ୍ଚିମ ଓଡ଼ିଶାରୁ ମଧ୍ୟ କେଭି ସିଂହ ଦେଓଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଇଥିଲା । ତେଣୁ ସଭାପତି ନିର୍ବାଚନ ହେଲେ ଏହି ଦୁଇ ଅଞ୍ଚଳରୁ କୌଣସି ନେତାଙ୍କୁ ଦାୟିତ୍ୱ ମିଳିପାରେ ।

ପୁଣି ମନମୋହନ ସାମଲ ନା ନୂଆଁ ଚେହେରା ଏନେଇ ଚାଲିଛି ଚର୍ଚ୍ଚା । ଏହାରି ମଧ୍ୟରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଏକ ବଡ ସୂଚନା ଦେଇଛନ୍ତି । ପ୍ରଦୀପ ପୁରୋହିତ କହିଛନ୍ତି ଯିଏ ସଭାପତି ନାମାଙ୍କନ ଭରିବେ ତାଙ୍କ ପାଖକୁ ସଭାପତି ନେଇ ନିର୍ଦ୍ଦେଶ ଯାଇ ସାରିଥିବ ।
ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ଏସବୁ ଜଣା ପଡ଼ିବ ଯିବ। ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ । ସହମତ ଭିତ୍ତିରେ ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।












Click it and Unblock the Notifications